26.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା : ସ୍ୱାମୀକୁ ଆଜୀବନ ଓ ସ୍ତ୍ରୀକୁ ୨୦ ବର୍ଷ...

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା : ସ୍ୱାମୀକୁ ଆଜୀବନ ଓ ସ୍ତ୍ରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ : କଟକ ବିଡାନାସୀ ଥାନା ସତୀଚୌରା ଅଞ୍ଚଳରୁ ନାବାଳିକାକୁ ଅପହରଣ କରି ନେଇ ରାଜ୍ୟ ବାହାରେ ରଖି ଦୁଷ୍କର୍ମ କରିବା ଘଟଣାରେ କଟକ ସ୍ୱତନ୍ତ୍ର ପକସୋ କୋର୍ଟ ଅଭିଯୁକ୍ତ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ଅମିତ ବିନ୍ଧାଣିକୁ ଆଜୀବନ କାରାଦଣ୍ଡ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଅନ୍ୟତମ ଦୋଷୀ ଅମିତଙ୍କ ପତ୍ନୀ ଆଶା ଲୋହାରକୁ କଟକ ସ୍ୱତନ୍ତ୍ର ପକସୋ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ୨୦ ବର୍ଷର କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଦିଆଯିବ । ୩ ଲକ୍ଷ ଟଙ୍କା ପୀଡ଼ିତା ନାଁରେ ଫିକ୍ସ ଡିପୋଜିଟ ପାଇଁ ନିର୍ଦ୍ଦେଶ ଥିବା ବେଳେ ଅନ୍ୟ ଦୁଇ ଲକ୍ଷ ଟଙ୍କା ପୀଡ଼ିତାଙ୍କ ଅଭିଭାବକଙ୍କୁ ଦେବାକୁ କୁହାଯାଇଛି । ୨୦ଟି ତଥ୍ୟ ପ୍ରମାଣ ଓ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମସିହା ଜୁଲାଇ ୧୮ ତାରିଖରେ ସତୀଚୌରା ଅଞ୍ଚଳରୁ ନାବାଳିକାକୁ ଅପହରଣ କରି ନେଇଥିଲେ ଦୋଷୀ ଦମ୍ପତି । ବିକ୍ରି କରିବା ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରି ଟାଟା ଜାମସେଦପୁରକୁ ନେଇ ଯାଇଥିଲେ । ସେଠାରେ ୮ ଦିନ ରଖିଥିଲେ । ଏହି ୮ ଦିନ ଧରି ଅମିତ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏଥିରେ ତାଙ୍କୁ ପତ୍ନୀ ଆଶା ଲୋହାର ସହାୟତା କରିଥିଲା । ଏହି ଦମ୍ପତି ସତୀଚୌରା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ବେଳେ ସେଠାରେ ଏକ ବସ୍ତିରେ ରହୁଥିଲା ପୀଡ଼ିତା ନାବାଳିକା । ନାବାଳିକାକୁ ନିଶା ଦେଇ ଦମ୍ପତି ଟାଟା ନେଇ ଯାଇଥିଲେ । ବିଡାନାସୀ ଥାନାର ତତ୍କାଳୀନ ଆଇଆଇସି ଲକ୍ଷ୍ମୀ ନାରାୟଣ ତିୱାରୀ ଘଟଣାର ତଦନ୍ତ କରି ଟାଟାରେ ପହଞ୍ଚିଥିଲେ । ଏହି ଦୁଇ ଦୋଷୀଙ୍କ ନାଁରେ ସେଠାରେ ମଧ୍ୟ ଏଭଳି ଅପରାଧ ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking