30.1 C
Bhubaneswar
Wednesday, April 24, 2024
Homeଅପରାଧପୋଡ଼କଣା ହତ୍ୟା ମାମଲା : ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପୋଡ଼କଣା ହତ୍ୟା ମାମଲା : ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା : ୨୦୧୭ ସସିହାର ଏକ ହତ୍ୟା କାଣ୍ଡର ବିଚାରଣା କରି ରାୟଗଡ଼ା ଜିଲ୍ଲାଜର୍ଜ ସୋମ ଶେଖର ଜେନା ୯ ଜଣ ଅଭିଯୁ୍‌କ୍ତକୁ ସଶ୍ରମ କାରାଦଣ୍ଡ ସହ ଆଜିବନ ସଜା ସୁଣାଇଛନ୍ତି । ଅଭିଯୁକ୍ତ ମାନେ ହେଲେ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ପୋଡ଼କଣା ଗାଁର ବାଲି ମାଝି, ସନ୍ତୋଷ ମାଝି, ପିତିଡି ମାଝି, ନରୀ ମାଝି, କୁଶ ମାଝି, କୃଷ୍ଣ ମାଝି, ସଦା ମାଝି, ସାଲୁ ମାଝି ଓ କବି ମାଝି ।
ସୂଚନା ଅନୁଯାୟୀ, ଟିକିରି ଥାନା ଅନ୍ତର୍ଗତ ପୋଡକଣା ଗ୍ରାମରେ ୩୦ ନଭେମ୍ବର ୨୦୧୭ ମସିହାରେ ଛେଳିଆ ମାଝି ନାମକ ଜଣେ ୨୩ ବର୍ଷିୟ ଯୁବକକୁ ଅତି ନୃଶଂସ ଭାବେ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରିଥିଲେ । ସେଦିନ ରାତି ୮ ଟା ସମୟରେ ଉପରୋକ୍ତ ୯ ଅଭିଯୁକ୍ତଙ୍କ ସହ ୩ ଜଣ ନାବାଳକ ପ୍ରଥମେ ମୃତ ଛେଳିଆ ମାଝିର ମା ପଚଂଳା ମାଝି ଏବଂ ବଡ଼ ପୁଅ ରାଜୁ ମାଝିକୁ ଆକ୍ରମଣ କରିଥିଲେ । ପରେ ଘରେଥିବା ସାନପୁଅ ଛେଳିଆକୁ ଘୋସାରି ଅନ୍ଧାର ରାତିରେ ଗାଁ ନିକଟରେ ବହି ଯାଉଥିବା ନଦୀଆଡ଼େ ନେଇ ଯାଇଥିଲେ । ରାତ ତମାମ ପରିବାର ଲୋକେ ଛେଳିଆକୁ ବହୁ ଖୋଜାଖୋଜି କରିବା ପରେ ନପାଇବା ଫଳରେ ଟିକିରି ଥାନାରେ ଏକ ଏତଲା ଦେଇଥିଲେ । ପରେ ୨୦୧୭ ଡ଼ିସେମ୍ବର ୫ ତାରିଖ ଦିନ ନିକଟସ୍ଥ କଡ଼ିଗରଡ଼ା ଜଙ୍ଗଲରେ ମୁଣ୍ଡଗଣ୍ଡି ଅଲଗା ହୋଇ ପଡ଼ିଥିବା ଛେଳିଆ ମାଝିର ଶବ ଉଦ୍ଧାର ହୋଇଥିଲା । ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ତଦନ୍ତ ଆରମ୍ଭ କରି ଏହି ମାମଲାରେ ଉପରୋକ୍ତ ୯ ଅଭିଯୁକ୍ତଙ୍କ ସହ ୩ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁର୍ବରୁ ମାନ୍ୟବର ଜୁଭିନାଇଲ କୋର୍ଟ ୩ ନାବାଳକଙ୍କ ମାମଲା ବିଚାରଣ କରି ବ୍ରହ୍ମପୁର ସ୍ୱଧାରା ଗୃହକୁ ପଠେଇ ଦେଇଥିବା ବେଳେ ସୋମବାର ୧୮ ଜଣ ସାଖ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ବାଲି ମାଝି, ସନ୍ତୋଷ ମାଝି, ପିତିଡି ମାଝି, ନରୀ ମାଝି, କୁଶ ମାଝି, କୃଷ୍ଣ ମାଝି, ସଦା ମାଝି, ସାଲୁ ମାଝି ଓ କବି ମାଝିକୁ ଆଜିବନ କାରାଦଣ୍ଡାଦେଶ ଦେଇଛନ୍ତି । ଏମାନଙ୍କ ବିରୁଦ୍ଧରେଏକ ମାମଲା ରୁଜୁ ହୋଇଥିଲା । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଅଜିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷଙ୍କ ପକ୍ଷରୁ ମୋହନ ନାୟକ ମାମଲାର ଲଢ଼ୁଥିଲେ । ତେବେ ଜିଲ୍ଲା ଜର୍ଜଙ୍କ ରାୟ ପରେ ଅଭିଯୁକ୍ତମାନଙ୍କୁ ସଶ୍ରମ କାରାଦଣ୍ଡ ସହ ଆଜିବନ ସଜା ସୁଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking