40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆଜୀବନ ଅର୍ଥ ସଶ୍ରମ କାରାଦଣ୍ଡ : ସୁପ୍ରିମକୋର୍ଟ

ଆଜୀବନ ଅର୍ଥ ସଶ୍ରମ କାରାଦଣ୍ଡ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ଅପରାଧୀକୁ ଆଜୀବନ କାରାଦଣ୍ଡାଦେଶ ମିଳିବା ଅର୍ଥ ସଶ୍ରମ କାରାଦଣ୍ଡ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଏଲ.ନାଗେଶ୍ୱର ରାଓ ଓ ଜଷ୍ଟିସ ବି.ଆର.ଗଭାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମଙ୍ଗଳବାର ଏହି ପ୍ରସଙ୍ଗରେ ହିମାଚଳ ପ୍ରଦେଶ ଓ ଗୁଆହାଟୀ ହାଇକୋର୍ଟ ପକ୍ଷରୁ ଆଗତ ଦୁଇଟି ପୃଥକ ମାମଲାର ଶୁଣାଣି କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଂପୃକ୍ତ ଅପରାଧୀ କୌଣସି ପରିଶ୍ରମ ନକରି କେବଳ ବନ୍ଦୀ ଜୀବନ ଅତିବାହିତ କରିବେ ବୋଲି ଯେଉଁ ଯୁକ୍ତି କରାଯାଉଛି, ତାହା ଯଥାର୍ଥ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି । ୧୯୮୩ରେ ଆଗତ ଏକ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ଉଲ୍ଲେଖ କରି ଆଜୀବନ କାରାଦଣ୍ଡାଦେଶର ଭୁଲ ବ୍ୟାଖ୍ୟା କରାଯାଉଥିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଯଦି କୌଣସି ଅପରାଧୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥାଏ, ତାହାହେଲେ ଉକ୍ତ ଅପରାଧୀ ଜେଲରେ ସଶ୍ରମ କାରାଦଣ୍ଡାଦେଶ ଭୋଗିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking