26.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ହତ୍ୟାକାରୀଙ୍କୁ ଆଜୀବନ ଜେଲ୍

ନାବାଳିକା ହତ୍ୟାକାରୀଙ୍କୁ ଆଜୀବନ ଜେଲ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମରେ ୨୦୨୦ରେ ନାବାଳିକା ହତ୍ୟା ଘଟଣାର ଶୁଣାଣି କରି ଫାଷ୍ଟ୍‌ଟ୍ରାକ୍ ସ୍ପେଶାଲ କୋର୍ଟର ବିଚାରପତି ଆଡହକ୍ ଆଡିସନାଲ ସେସନ୍‌ସ ଜଜ୍ ଡ. ସୂର୍ଯ୍ୟମଣି ମହାପାତ୍ର ଅଭିଯୁକ୍ତ ଜଗନ ଜେନାକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩୦ ହଜାର ଟଙ୍କା ଜୋରିମନା ରାୟ ଶୁଣାଇଛନ୍ତି । ପ୍ରକାଶ ଯେ, ୧୦ ଅକ୍ଟୋବର ୨୦୨୦ରେ କୁରୁଣ୍ଟି ଗ୍ରାମର ଜନୈକା ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଜଗନ ତାଙ୍କ ପ୍ରତି ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା । ଅସଦାଚରଣରେ ବିଫଳ ହୋଇ ଅଭିଯୁକ୍ତ ଜଗନ୍ ନାବାଳିକାକୁ ତଣ୍ଟିଚିପି ମାରିଦେବା ପରେ ଏକ ଧୋତି ସାହାଯ୍ୟରେ ଏକ ପାଇପରେ ଟଙ୍ଗାଇ ଦେଇ ଫେରାର୍ ହୋଇଯାଇଥିଲା ।

ଘଟଣା ସମ୍ପର୍କରେ ଜାଣି ନାବାଳିକାର ବାପା ଏ ନେଇ ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ଜଗନକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ପୋକ୍ସୋ କୋର୍ଟରେ ମାମଲାକୁ ଗ୍ରହଣ କରି ବିଚାରାଧୀନଭାବେ ଥିବା ଅଭିଯୁକ୍ତ ଜଗନର ଶୁଣାଣି କରିଥିଲେ । ସାକ୍ଷ୍ୟ ପ୍ରମାଣ ଆଧାରରେ ବିଚାରପତି ଡ. ମହାପାତ୍ର ଅଭିଯୁକ୍ତ ଜଗନକୁ ସୋମବାର ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହିତ ୩୦ ହଜାର ଟଙ୍କା ଜୋରିମାନା ରାୟ ଦେଇଛନ୍ତି । ଜୋରିମନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ଦିଲ୍ଲୀପ କୁମାର ମଲ୍ଲିକ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking