34.1 C
Bhubaneswar
Friday, March 29, 2024
Homeଓଡିଶାଲେଫ୍ଟେନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତ

ଲେଫ୍ଟେନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତ

ଭୁବନେଶ୍ୱର : ଲେଫ୍ଟେନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୭୦ବର୍ଷ ବୟସରେ ଆଖି ବୁଜିଲେ କେ.ପି ଧଳ ସାମନ୍ତ । ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ ଓ ମାସେ ହେଲାଣି  ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରାଷ୍ଟ୍ରିୟ ରାଇଫଲ୍‌ର ଡିଜି ଭାବେ ଅବସର ନେଇଥିଲେ । ସେ ୧୯୯୯ ମହିହା କାରଗିଲ ଯୁଦ୍ଧରେ ସାମିଲ ହୋଇଥିଲେ । ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିଲେ। ସେହିପରି ପଞ୍ଜାବ ଅମୃତସରରେ ’ଅପରେସନ୍‌ ବ୍ଲୁ ଷ୍ଟାର’ରେ ସାମିଲ ଥିଲେ। ଏହା ରାଜ୍ୟ ପାଇଁ ଏକ ଦୁଃଖଦ ଖବର । ତାଙ୍କର ୪୦ବର୍ଷର ଅଭିଜ୍ଞତା ଭିତରେ ସେ ୭୦ବର୍ଷ ବୟସରେ ଆଖିବୁଜିଛନ୍ତି ଲେଫ୍ଟେନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ । ସେ ଅତ୍ୟନ୍ତ ନମ୍ର ଓ ସମସ୍ତଙ୍କ ପ୍ରତି ଶ୍ରଦ୍ଧା,ସ୍ନେହଭାବ ଦେଖାନ୍ତି।
https://onakhabar.com/2020/04/13/308-death-in-covid-19-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking