27.8 C
Bhubaneswar
Thursday, April 18, 2024
Homeଓଡିଶାଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

କଟକ: ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ରୀନା ରାଉତରାୟ । ଶୈଳବାଳା ସ୍ୱୟଂ ଶାସିତ ମହିଳା ମହା ବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ କରିବା ପାଇଁ ଲେଖିଲେ ଚିଠି । ଧବଳ ନଗର ଐତିହାସିକ କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ସମ୍ପ୍ରସାରଣ ଓ ସୌନ୍ଦର‌୍ୟ୍ୟ କରଣ ପାଇଁ ସରକାର ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ।
ସେହି ପରିପ୍ରେକ୍ଷୀରେ କଟକର ଗର୍ଵ ଗୌରବ ଓ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଶୈଳବାଳା ମହିଳା ମହାବିଦ୍ୟାଳୟର ରକ୍ଷଣାବେକ୍ଷଣ, ଉନ୍ନତିକରଣ ଓ ଓଡ଼ିଶାର ସର୍ବପ୍ରଥମ ମହିଳା ମହାବିଦ୍ୟାଳୟର ଐତିହକୁ ଅକ୍ଷୁର୍ଣ୍ଣ ରଖିବା ମଧ୍ୟ ସରକାରଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ।ଗତକାଲି ସମ୍ବାଦରେ ପ୍ରକାଶ ପାଇଥିବା ତଥ୍ୟରୁ ଯାହା ଜାଣିବାକୁ ମିଳିଲା ଯେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମଧୁବାବୁଙ୍କ ବ୍ୟବହୃତ କୋଠରୀ ଓ ବିଲ୍ଡିଂ ଯାହା ବର୍ତ୍ତମାନ ଶ୍ରେଣୀ ଗୃହ ଭାବରେ ବ୍ୟବହୃତ ହେଉଛି ତାହାର କିଛି ଅଂଶ ସରକାରଙ୍କ ଅଧୀନରେ ଐତିହାସିକ ସ୍ମାରକୀ ରୂପେ ସଂରକ୍ଷଣ କରିବାର ନିଷ୍ପତ୍ତିକୁ ସାମୟିକ ଭାବରେ ସ୍ଥଗିତ ରଖାଗଲା। କିନ୍ତୁ ମନ୍ଦିର ସମ୍ପ୍ରସାରଣ ନିମନ୍ତେ ପ୍ରସ୍ତୁତ ହୋଇଥିବା ନକ୍ସା ଅନୁଯାୟୀ ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ଓ ଖେଳ ପଡିଆରୁ ଅଧା ଏକର ଜମି ମାଆ କଟକ ଚଣ୍ଡୀଙ୍କ ମନ୍ଦିର ସମ୍ପ୍ରସାରଣ କାର‌୍ୟ୍ୟରେ ଅଧିଗ୍ରହଣ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି।
କଟକର ଝିଅ ଭାବରେ ମାଆ କଟକ ଚଣ୍ଡୀ ମୋର ଆରାଧ୍ୟ ଦେବୀ ଓ ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ ଭାବରେ ତାହା ମୋର ବିଦ୍ୟା ମନ୍ଦିର। ଭାଇଚାରର ସହର କଟକର ସ୍ୱାଭିମାନୀ ବାସିନ୍ଦା,ବୁଦ୍ଧିଜୀବୀ , ସଚେତନ ନାଗରିକ, ଛାତ୍ରଛାତ୍ରୀ ତଥା ଧର୍ମ ଓ ଶିକ୍ଷା ଉଭୟଙ୍କୁ ସମାନୁପାତରେ ଭାବାବେଗର ସହିତ ସମ୍ମାନ ଦେଉଥିବା ସମସ୍ତ ଜନସାଧାରଣ ଏ ନେଇ ଅନେକ ଦ୍ଵନ୍ଦ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି।
୧. ମାଆ କଟକ ଚଣ୍ଡୀଙ୍କ ମନ୍ଦିର ସମ୍ପ୍ରସାରଣ ନିଷ୍ପତ୍ତିକୁ ସ୍ୱାଗତ କିନ୍ତୁ କଲେଜ ଖେଳ ପଡିଆ ଅଧିଗ୍ରହଣ ପରିବର୍ତ୍ତେ ମନ୍ଦିର ପାଇଁ ଭୂତଳ ପାର୍କିଂର ବ୍ୟବସ୍ଥା ରହୁ।
୨.କଲେଜ ପରିସର ମଧ୍ୟରେ ବହୁ ମହଲା ବିଶିଷ୍ଟ ଶୈଳବାଳା ଟାୱାର ନିର୍ମାଣ କରାଯାଇ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ମହିଳା ମହାବିଦ୍ୟାଳୟ ସ୍ତରୀୟ ସମସ୍ତେ ସୁବିଧାସୁଯୋଗ ସୃଷ୍ଟି କରାଯାଉ।
୩.ଶୈଳବାଳା ମହିଳା ମହାବିଦ୍ୟାଳୟକୁ Heritage Universityର ମାନ୍ୟତା ଦିଆଯାଉ।
୪.ରେଭେନ୍ସା ମହାବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ପାର୍ଶ୍ଵବର୍ତ୍ତୀ ୩୦ ଏକର ଜମିରେ ଶୈଳବାଳା ଶିକ୍ଷା ହବ୍ ନିର୍ମାଣ ଘୋଷଣା କରାଯାଉ।
୫.ଛାତ୍ରୀମାନଙ୍କପାଇଁ ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମର ନିର୍ମାଣ କରାଯାଉ
୬.ଏହି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଦକ୍ଷତା ବିକାଶ ଓ ଧନ୍ଦା ମୂଳକ ବିଭିନ୍ନ ନୂତନ ପାଠ୍ୟକ୍ରମ ପ୍ରଚଳନ କରିବା ସହିତ ଏହାକୁ ଏକ ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ର ଭାବରେ ଗଢି ତୋଳିବା ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking