ଭୁବନେଶ୍ୱର : ହିନ୍ଦୁ ଧର୍ମ ଅନୁଯାୟୀ, ଚନ୍ଦ୍ର ମାସର ନବମୀ ଦିନ ଭଗବାନ ରାମଙ୍କ ଜନ୍ମ ହୋଇଥିଲା । ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀଙ୍କ ଶେଷ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ । କାରଣ ଏହା ଭଗବାନ ରାମଙ୍କ ଜନ୍ମଦିନ । ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଚୈତ୍ର ମାସର ଶୁକ୍ଲା ପକ୍ଷର ନବମୀ ତିଥି ଏବଂ ପୁଷ୍ପ ନକ୍ଷତ୍ର ଦିନ ପୃଥିବୀରେ ଅବତାରିତ ହୋଇଥିଲେ ।
ରାମ ନବମୀ ପୂଜା ରୀତିନୀତି
ରାମ ନବମୀ ପର୍ବକୁ ବହୁତ ଧୁମଧାମ ସହକାରେ ପାଳନ କରାଯାଏ । ଏହି ଦିନ ଶ୍ରୀ ରାମଙ୍କୁ ପୂଜା କରିବା ପାଇଁ ସର୍ବପ୍ରଥମେ ଫୋଟ କିମ୍ୱା ପ୍ରତିମୂର୍ତ୍ତିକୁ ସଜାଯାଇଥାଏ ଓ ଶ୍ରୀ ରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ ଏବଂ ବଜରଙ୍ଗବାଲିଙ୍କ ପ୍ରତିମା ସ୍ଥାପନ କରାଯାଏ। ଜଳ ଅଭିଷେକ ପରେ ଚନ୍ଦନ, ସିନ୍ଦୁର, ଅକ୍ଷତ, ଫୁଲ ଏବଂ ଫଳ ଇତ୍ୟାଦି ଗୋଟିଏ ପରେ ଗୋଟିଏ ଦିଆଯାଏ । ଭୋଗ ଲଗାଯାଏ । ଏହି ଦିନ ରାମ ରକ୍ଷା ସ୍ତ୍ରୋତ୍ର, ଶ୍ରୀ ରାମ ଚାଳିଶା ଏବଂ ରାମାୟଣର ପଦଗୁଡ଼ିକ ପଢ଼ିବା ଅତ୍ୟନ୍ତ ଶୁଭ ହୋଇଥାଏ।