38.8 C
Bhubaneswar
Friday, April 19, 2024
Homeଓଡିଶାକୁଷ୍ଠରୋଗ ନିରାକରଣ ସଚେତନତା ପକ୍ଷ ପାଳନ ନିମନ୍ତେ ସମନ୍ୱୟ ବୈଠକ

କୁଷ୍ଠରୋଗ ନିରାକରଣ ସଚେତନତା ପକ୍ଷ ପାଳନ ନିମନ୍ତେ ସମନ୍ୱୟ ବୈଠକ

ବଲାଙ୍ଗୀର,(ଦେବାଶିଷ ମିଶ୍ର)-କୁଷ୍ଠରୋଗ ନିରାକରଣ ପକ୍ଷ ପାଳନ ନିମନ୍ତେ ସ୍ଥାନୀୟ ସିଡିଏମଓଙ୍କ କାର୍ଯ୍ୟାଳୟ ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କୁଷ୍ଠ ରୋଗ ନିରାକଣ ପକ୍ଷ ପାଳନ ପାଇଁ ଏକ ସମନ୍ୱୟ ବୈଠକ ସିଡିଏମଓ ଡା.ଦୈତାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୁଷ୍ଠରୋଗ ନିରାକରଣ ପକ୍ଷ ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଏହି ପକ୍ଷ ପାଳନ ସମୟରେ ଜିଲ୍ଲାର ୧୭୬୨ ଗୋଟି ଗାଁ କଲ୍ୟାଣ ସମିତି ଗୁଡିକରେ ସଚେତନତା ଉଦ୍ଧେଶ୍ୟରେ ଶୋଭାଯାତ୍ରା , ଶପଥ ପାଠ ଓ ସଭା ସମିତିର ଆୟୋଜନ କରାଯିବ । ଏହି ସଚେତନତା ସମୟରେ ଲୋକଙ୍କୁ କୁଷ୍ଠରୋଗର ଲକ୍ଷଣ ଓ ଏହାର ନିରାକରଣ ସମ୍ପର୍କରେ ଅବଗତ କରାଯିବ । ଏହା ସହିତ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ପ୍ରମୁଖ ୩ ଟି ପ୍ରମୁଖ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାମାନ ଆୟୋଜନ କରି ସଚେତନତା କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସଚେତନତା ପକ୍ଷ ପାଳନ ସମୟରେ ଜିଲ୍ଲାର କୁଷ୍ଠରୋଗ ପ୍ରବଣ ଅଞ୍ଚଳ ଗୁଡିକରେ ଅଧିକ ଦୃଷ୍ଟି ଦିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ ଏଡିପିଏଚଓ (କୁଷ୍ଠରୋଗ) ଡ.ସୁଧା ବାର୍ଲା , ଜିଲ୍ଲା କୁଷ୍ଠରୋଗ ପରାମର୍ଶଦାତା ଡା.ସୁଶାନ୍ତ କୁମାର ରାଉତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡା.ବାର୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking