26.7 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଲେମ୍ବୁ ପତ୍ର ର ଉପକାରିତା

ଲେମ୍ବୁ ପତ୍ର ର ଉପକାରିତା

ଭୁବନେଶ୍ୱର: ଲେମ୍ବୁ ପତ୍ର ବିଷୟରେ କେବେ ଅନୁଧ୍ୟାନ କରିନଥିବେ। ମାତ୍ର ଏହି ପତ୍ରର ଅନେକ ଉପକାରୀ ଗୁଣ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହାକୁ ଆପଣ ଉତ୍ତମ ହଜମ ପ୍ରକ୍ରିୟା ଓ ପେଟ ସଫା ପାଇଁ ବ୍ୟବହାର କରିପାରନ୍ତି । ସ୍ନାୟୁ ଜନିତ ରୋଗ ଅନିଦ୍ରା, ବିବ୍ରତ ଲାଗିବା ଆଦି ପାଇଁ ମଧ୍ୟ ଏକ ଅବ୍ୟର୍ଥ ଔଷଧ ପରି କାର୍ଯ୍ୟ କରେ।

ଆପଣ ଯଦି ଏପରି ସମସ୍ୟାର ସମାଧାନ ଚାହାନ୍ତି ତେବେ ଏକ ଚା’ କପ୍‌ରେ ଏକ କପ୍‌ ଗରମ ପାଣି ନିଅନ୍ତୁ । ସେଥିରେ ୫ରୁ ୭ଟି ଲେମ୍ବୁ ପତ୍ର ପକାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ତା’ପେରେ ସେ ପତ୍ରକୁ କାଢ଼ି ଦେଇ ସେ ପାଣିକୁ ପିଅନ୍ତୁ। ଏହି ପରି ଭାବେ ଦୈନିକ ଦୁଇ ଥର ପିଇଲେ ମାସକ ଭିତରେ ରୋଗ ଭଲ ହୋଇଯିବ। ଏହା ବ୍ୟତୀତ ମୁଣ୍ଡ ବିନ୍ଧା, ଶ୍ୱାସ, କାଶ ଆଦି ଅନେକ ସମସ୍ୟାର ସମାଧାନ ଏହି ଲେମ୍ବୁପତ୍ର ଦ୍ୱାରା ହୋଇଥାଏ । ବିଶେଷ ଭାବରେ ଶ୍ୱାସରୋଗୀମାନେ ଏହି ପତ୍ରକୁ ଗରମ ପାଣିରେ ପକାଇ ସେହି ପାଣିକୁ ଦୁଇ ସପ୍ତାହ ପିଇବା ପରେ ଏହି ରୋଗରୁ ଉପଶମ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking