27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜଗନ୍ନାଥଙ୍କୁ ନେଇ ଲେଖାଶ୍ରୀଙ୍କ କଟୁ ମନ୍ତବ୍ୟ

ଜଗନ୍ନାଥଙ୍କୁ ନେଇ ଲେଖାଶ୍ରୀଙ୍କ କଟୁ ମନ୍ତବ୍ୟ


ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଜଗନ୍ନାଥ କୋଲକାତାର ବୋଲି ୨୦୧୯ ନିର୍ବାଚନ ପୂର୍ବରୁ ଲୋକ ଜାଣିଥିଲେ ବୋଲି ଲେଖାଶ୍ରୀ କହିଛନ୍ତି । ଅନ୍ୟପଟେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ଅରୂପ ପଟ୍ଟନାୟକ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଅରୂପ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଭୁ ଜଗନ୍ନାଥ ଏବଂ ପୁରୀ ବିନା ଓଡିଶାର ଅସ୍ତିତ୍ୱ ନାହିଁ ବୋଲି ସେ କହିଛନ୍ତି । ଏମିତି କହି ସେ ନିର୍ବୋଧ, ବାଚାଳମୀ, ଅହଙ୍କାରୀର ପରିଚୟ ଦେଇଛନ୍ତି । କଳାପାହାଡର ଭଉଣୀ ଭଳି ସେ ବ୍ୟବହାର କରୁଛନ୍ତି । ଦାୟିତ୍ୱହୀନ ମନ୍ତବ୍ୟ, ଏଥିରେ ବିଜେପିର ଅନୁମୋଦନ ଥିଲା ଭଳି ଲାଗୁନି । ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରତିକ୍ରିୟା ରଖିଛନ୍ତି । ପ୍ରମିଳା କହିଛନ୍ତି, ଏହା ଲେଖାଶ୍ରୀଙ୍କର ନିର୍ବୋଧତା । ଜଗନ୍ନାଥପ୍ରେମୀଙ୍କ ମନରେ ଲେଖାଶ୍ରୀଙ୍କ ବୟାନ ଆଘାତ ଦେଇଛି । ପୁରୀ କହିଲେ ଜଗନ୍ନାଥ, ଜଗନ୍ନାଥ କହିଲେ ପୁରୀକୁ ବୁଝାଏ । ଜଗନ୍ନାଥଙ୍କୁ କୌଣସି ନେତାଙ୍କ ସହ ତୁଳନା କରିବା ନିର୍ବୋଧତା । ଲେଖାଶ୍ରୀଙ୍କ ଉଦେଶ୍ୟ ହେଉଛି ନେତାଙ୍କୁ ତେଲ ମାରିବା ଓ ପଦ ପଦବୀ ପାଇବା । ପୁରୀ ବାସୀଙ୍କୁ ଅପମାନିତ କରିବା । ସେ ନିଜ ଦଳ ଭିତରେ ନେତାଙ୍କ ସହ କଥା ହେଉନହାନ୍ତି । ପ୍ରଧାନମନ୍ତ୍ରୀ ମନ୍ତ୍ରୀ ପୁରୀ ଆସୁଛନ୍ତି । ଏପରି କହିବା ତାଙ୍କର କେବଳ ବାଚାଳାମି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking