30.1 C
Bhubaneswar
Thursday, April 25, 2024
Homeଓଡିଶାସୁକିନ୍ଦା ଖଣି ଉପତ୍ୟକାର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ ଜରିଆରେ ଶିକ୍ଷା ଦାନ ଦେବା ପାଇଁ...

ସୁକିନ୍ଦା ଖଣି ଉପତ୍ୟକାର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ ଜରିଆରେ ଶିକ୍ଷା ଦାନ ଦେବା ପାଇଁ ବିଧାୟକଙ୍କ ପ୍ରୟାସ

ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ସ୍କୁଲ କଲେଜ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇ ଯାଉଛି । ସେମାନଙ୍କ ପିତା ମାତା ଓ ଶିକ୍ଷକ ମାନେ ଚିନ୍ତିତ । ସରକାର ଅନ ଲାଇନ ମାଧ୍ୟମରେ ଶିକ୍ଷା ଦାନ ବ୍ୟବସ୍ଥା କରିଛନ୍ତି । ଗ୍ରାମଞ୍ଚରେ ଫଳପ୍ରଦ ହୋଇପାରୁନି । ଏହା ଉପଲବ୍ଧି କରି ସୁକିନ୍ଦା ବିଧାୟକ ଇ ପ୍ରିତିରଂଜ ଗଡ଼ାଇ ସୁକିନ୍ଦା ଖଣି ଉପତ୍ୟକାରେ ସ୍ମାର୍ଟ ମାଧ୍ୟମରେ ଶିକ୍ଷା ଦାନ ଦେବା ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି ।

ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସହରାଞ୍ଚଳର ଷ୍ଟୁଡେଣ୍ଟସଙ୍କ ସହ ସମାନ କରିବା ପାଇଁ ସ୍ମାର୍ଟ କ୍ଲାସ ଜରିଆରେ ଶିକ୍ଷାଦାନ ଉପରେ ଯୋର ଦିଆଯାଉଛି। ସ୍ମାର୍ଟ କ୍ଲାସ ଶିକ୍ଷାଦାନ ପାଇଁ DMF ଅର୍ଥରେ ଦାନଗଦିରେ ଶିକ୍ଷକମାନଙ୍କୁ ଟ୍ରେନିଂ ପ୍ରଦାନର ବ୍ୟବସ୍ଥା ହୋଇଛି। ଫଳରେ ଖଣି ପ୍ରଭାବିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗରିବ ଓ ଆଦିବାସୀ ପିଲମାନଙ୍କୁ ଶିକ୍ଷକମାନେ ସ୍ମାର୍ଟ ଭାବେ ଗଢ଼ି ତୋଳିବେ। ସେହି ନିର୍ମାଣଧିନ ଟ୍ରେନିଂ ସେଣ୍ଟରର ଅଗ୍ରଗତି ଏବଂ ସ୍ମାର୍ଟ କ୍ଲାସ ପାଇଁ ଶିକ୍ଷକଙ୍କର ଆହୁରି କଣ ଆବଶ୍ୟକତା ରହିଛି ସେ ସବୁର ସମୀକ୍ଷା କରିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking