ବିଧାୟକଙ୍କ ଗାଡିକୁ ବୋମାମାଡ: ୩ ଗିରଫ

ଭୁବନେଶ୍ୱର: କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ଗାଡିକୁ ବୋମାମାଡ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଭିଯୁକ୍ତମାନେ କିଏ, ଶତ୍ରୁତା କଣ ପୋଲିସ ସେ ନେଇ ସ୍ପଷ୍ଟ କରିନି । ଅପରାହ୍ନରେ ଏନେଇ ଏସପି ବିସ୍ତୃତ ଭାବରେ ସୂଚନା ଦେଇପାରନ୍ତି । ରବିବାର ମୋହନ ମାଝିଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା । ମଣ୍ଡୁଆ ନିକଟରେ ଅରଡେଇ ବ୍ରିଜ ନିକଟରେ ବୋମାମାଡ ହୋଇଥିଲା ।

LEAVE A REPLY

Please enter your comment!
Please enter your name here