26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ

ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ : ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ନିଜର ଦିଲ୍ଲୀବାସଭବନରେ ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ୧୬ ତାରିଖ ରାତିରେ ନିଜର ନାତି ସହିତ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ନିଆଯାଇଥିଲା।

ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କିଛିଦିନ ଆଗରୁ ପଣ୍ଡିତ ବିରଜୁ ମହାରାଜ କିଡନି ରୋଗରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କର ଡାଇଲିସିସ୍ କରାଯାଉଥିଲା। ଭ‌ାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତର କିଂବଦନ୍ତୀ ପୁରୁଷ ପଣ୍ଡିତ ବିରଜୁ ମହାରାଜ ( ପିତୃ ପ୍ରଦତ୍ତ ନାମ ବ୍ରିଜମୋହନ ମିଶ୍ର ) ୧୯୩୮ ମସିହା ଫେବ୍ରୁଆରି ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଏକ ଖାନଦାନୀ କଥକ ନୃତ୍ୟଶିଳ୍ପୀ ପରିବାରରେ ଜନ୍ମିତ ବିରଜୁ ମହାରାଜ ପିଲାଟି ଦିନରୁ ନିଜର ପିତା ଜଗନ୍ନାଥ ମହାରାଜ (ଅଚ୍ଚନ ମହାରାଜ)ଙ୍କ ଠାରୁ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ମାତ୍ର ୧୩ ବର୍ଷ ବୟସରେ ସେ ମଂଚରେ ନୃତ୍ୟ ପରିବେଷଣ ଆରମ୍ଭ କରିଥିଲେ।

୧୯୪୭ ମସିହାରେ ତାଙ୍କର ବାପାଙ୍କର ପରଲୋକ ହେବା ପରେ ନିଜର ଦୁଇ ଦାଦା ତଥା ଲକ୍ଷ୍ନୌ ଘରାନାର ପ୍ରସିଦ୍ଧ ନୃତ୍ୟଗୁରୁ ଲଚ୍ଛୁ ମହାରାଜ ଓ ଶମ୍ଭୁ ମହାରାଜଙ୍କ ଠାରୁ ନୃତ୍ୟର ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ। ୧୯୮୪ ମସିହାରେ ବିରଜୁ ମହାରାଜଙ୍କୁ ସଂଗୀତ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୮୬ ମସିହାରେ ତାଙ୍କୁ ‘ପଦ୍ମ ବିଭୂଷଣ’ ଉପାଧିରେ ଭୂଷିତ କରାଯାଇଥିଲା।

ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଓ ଇନ୍ଦିରା କଳା ସଂଗୀତ ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନସୂଚନ ଡକ୍ଟରେଟ୍ ପ୍ରଦାନ କରିଥିଲେ। ଏଥିସହ ସ୍ବକୀୟ ପ୍ରତିଭା ଲାଗି ସେ ବହୁ ଭାବେ ପୁରସ୍କୃତ ଓ ସମ୍ମାନିତ ହୋଇଥିଲେ। ଭାରତୀୟ ସିନେ-ଜଗତ ସହ ମଧ୍ୟ ପଣ୍ଡିତ ମହାରାଜଙ୍କର ସଂପର୍କ ରହିଥିଲା। ସେ ବହୁ ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେ ୨୦୧୨ରେ ‘ଉନ୍ନାନି କାନାଥୁ’ ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ବିର୍‌ଜୁ ମହାରାଜାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking