27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ

ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ

ଭୁବନେଶ୍ୱର: ଓଡିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ଆଜି ପରଲୋକ ଘଟିଛି । ରାଉରକେଲା ଆଇଜିଏଚରେ ୮୪ ବର୍ଷ ବୟସରେ ପରଲୋକ ହୋଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ମାସେ ହେଲା ସେ ଚିକିତ୍ସାଧୀନ ଥିଲେ । ୧୯୭୫ର ବିଶ୍ୱକପ୍ ହକି ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ କିଣ୍ଡୋ । ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ମାଇକେଲ କିଣ୍ଡୋ । ମାଇକେଲ କିଣ୍ଡୋ ଝାରଖଣ୍ଡରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଆର୍‌ଏସ୍‌ପିରେ ଯୋଗଦେବା ପରେ ଓଡ଼ିଶାରେ ହକି ଖେଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅନେକ ହକି ପ୍ରତିଭା ପରବର୍ତ୍ତୀ ସମୟରେ ପରିଚୟ ସୃଷ୍ଟି କରିପାରିଛନ୍ତି। ଭାରତ ୧୯୭୫ ମସିହାରେ ବିଶ୍ୱକପ୍‌ ଜିତିଥିଲା ଏବଂ ଏହି ଟିମ୍‌ର ସଦସ୍ୟ ଥିଲେ ମାଇକେଲ୍‌ କିଣ୍ଡୋ। ତାଙ୍କୁ ଅର୍ଜୁନ ପୁରସ୍କାର ସମେତ ଆହୁରି ଅନେକ କ୍ରୀଡ଼ା ପୁରସ୍କାର ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking