30.1 C
Bhubaneswar
Thursday, April 25, 2024
Homeକରୋନାକଣ୍ଠଶିଳ୍ପୀ କନିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ

କଣ୍ଠଶିଳ୍ପୀ କନିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : କଣ୍ଠଶିଳ୍ପୀ କନିକା କପୁର ଲଣ୍ଡନରୁ ଫେରିବା ପରେ ତାଙ୍କଠାରେ ଫ୍ଲୁ ପରି ଲକ୍ଷଣ ଦେଖାଯାଇଥିଲେ ମଧ୍ୟ ସେ ଲକ୍ଷ୍ନୌଠାରେ ପାର୍ଟି ଆଟେଣ୍ଡ କରିଥିଲେ । ସେ ୩ଟି ପାର୍ଟିରେ ଯୋଗ ଦେଇଥିବା ତାଙ୍କ ବାପା କହୁଛନ୍ତି । କିନ୍ତୁ କନିକା କହୁଛନ୍ତି ସେ ଗୋଟିଏ ଛୋଟ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ରାଜସ୍ଥାନ ସାଂସଦ ଦୁଷ୍ୟନ୍ତ ସିଂହ, ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଆଦି ଯୋଗ ଦେଇଥିଲେ । ଉତ୍ତର ପ୍ରଦେଶ ସରକାର କନିକା କପୁରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି । କନିକା କପୁର ସମ୍ବେଦନଶୀଳ ପ୍ରସଙ୍ଗରେ ସୂଚନା ଲୁଚାଇବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ।
କନିକା କପୁର କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ଆଜି ସ୍ପଷ୍ଟ ହେବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବହୁ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି । କନିକା ଲକ୍ଷ୍ନୌରେ ଯେଉଁ ହାଇ ପ୍ରୋଫାଇଲ ପାର୍ଟିରେ ଯୋଗ ଦେଇଥିଲେ ସେଠାରେ ଅନେକ ନେତା, ସାଂସଦ ଏବଂ ବରିଷ୍ଠ ଅଧିକାରୀ ଥିବାରୁ ଏବେ ଆତଙ୍କ ଖେଳି ଯାଇଛି । ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ସାଂସଦ ଦୁଶ୍ୟନ୍ତ ସିଂହ ମଧ୍ୟ ଯୋଗ ଦେଇଥିବାରୁ ଉଭୟ ଏବେ କ୍ବାରାଣ୍ଟିନରେ ଅଛନ୍ତି । ଦୁଶ୍ୟନ୍ତ ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିବାରୁ ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ ବୋଲି ମଧ୍ୟ ଜଣାପଡ଼ିଛି । ଦୁଶ୍ୟନ୍ତ ସଂସଦକୁ ମଧ୍ୟ ଯାଇଥିବାରୁ ତାଙ୍କ ସହ ମିଶିଥିବା ସାଂସଦମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଏବେ ସଂସଦର ଅଧିବେଶନ ବନ୍ଦ କରିବାକୁ ମଧ୍ୟ ଅନେକ ସାଂସଦ ଦାବି କରିଛନ୍ତି । ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ ଏବଂ ଟିଏମସି ନେତା ଡେରେକ୍ ଓବ୍ରେନ୍ ମଧ୍ୟ ଏବେ ସେଲଫ ଆଇସୋଲେସନରେ ଅଛନ୍ତି । କନିକା ପାର୍ଟି କରିଥିବା ହୋଟେଲକୁ ମଧ୍ୟ ବନ୍ଦ ରଖାଯାଇଛି ।
https://onakhabar.com/2020/03/21/corona-updates-singer-kanika-kapoor/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking