18.1 C
Bhubaneswar
Sunday, November 24, 2024
Homeଓଡିଶାଅମାନିଆଙ୍କୁ ସାବାଡ଼ା କରିବାକୁ ମହିଳା ଧରିଲେ ଠେଙ୍ଗା

ଅମାନିଆଙ୍କୁ ସାବାଡ଼ା କରିବାକୁ ମହିଳା ଧରିଲେ ଠେଙ୍ଗା

କୋରାପୁଟ : କରୋନା ଭୂତାଣୁକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ରହିଛି। ଏହି ଭୂତାଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଘରେ ରହିବା ସହ ସାମାଜିକ ଦ୍ୱରତ୍ୱ ରକ୍ଷା କରିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ହେଲେ ଏହି କଟକଣାକୁ କିଛି ଅମାନିଆ ମାନୁନାହାଁନ୍ତି । ଏହି ଅମାନିଆଙ୍କୁ ସାବାଡ଼ କରିବାକୁ ମହିଳାମାନେ ଠେଙ୍ଗା ଧରିଛନ୍ତି ।  କରୋନାକୁ ନେଇ ଲୋକଙ୍କୁ ଜାଗ୍ରତ କରିବାକୁ କୋରାପୁଟ ଜିଲ୍ଲା ଜୟପୁର ସହରର ମା’ ବୁଢ଼ା ଭୈରବୀ ମହିଳା ଆରାଗ୍ୟ ସମିତିର ୧୪ରୁ ୧୫ ଜଣ ମହିଳା ଆଗେଇ ଆସିଛନ୍ତି।  ମହିଳାମାନେ ଏବେ ଜୟପୁର ସହରର ଜୟନଗର ଅଞ୍ଚଳର ପାଇକ ସାହିରେ ଦିନ ଓ ରାତି ଠେଙ୍ଗା ଧରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି । ଏହାସହ ଅମାନିଆଙ୍କୁ ଉଚିତ ଶିକ୍ଷା ଦେଇ ଘରକୁ ପଠାଉଛନ୍ତି । ଏପରିକି ଯିବା ଆସୁଥିବା ଗାଡିକୁ ଅଟକାଇ ପଚରାଉଚୁରା ମଧ୍ୟ କରୁଛନ୍ତି। ମହିଳାମାନେ ସକାଳ ୧୧ଟାରୁ ଅପରାହ୍ଣ ୨ଟା ଯାଏ ଜଗୁଛନ୍ତି । ଏହାପରେ ସନ୍ଧ୍ୟା ୬ଟାରୁ ୧୧ଟା ଯାଏ ଜଗୁଛନ୍ତି । ଏହି ଆରୋଗ୍ୟ ସମିତିର ମହିଳାମାନେ ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କାର୍ଯ୍ୟ ଜୟନଗର ଅଞ୍ଚଳରେ କରୁଥିଲେ। ହେଲେ ଏବେ କରୋନା ଭୂତାଣୁ କିପରି ଜୟନଗର ଅଞ୍ଚଳକୁ ପ୍ରବେଶ ନକରିବ ସେଥିପାଇଁ ସେମାନେ ଅଣ୍ଟା ଭିଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking