34.1 C
Bhubaneswar
Friday, March 29, 2024
Homeଅପରାଧଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ। ଭୟ ଦେଖାଇ ଜଣେ ଛାତ୍ରୀଙ୍କୁ ମାସ ମାସ ଧରି ଜଣେ ଅଧ୍ୟାପକ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ କଲେଜ କର୍ତ୍ତୃପକ୍ଷ ଗତ କିଛି ମାସ ହେଲା ଚେଷ୍ଟା ଚଳାଇଥିଲେ ହେଁ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ଚିଠି ଆଜି ଏହି ଘଟଣାକୁ ପଦାକୁ ଆଣିଛି। ଏଭଳି କୁତ୍ସିତ ଘଟଣା ଘଟିଛି ଭୁବନେଶ୍ବର ନହରକଣ୍ଟାସ୍ଥିତ ଶ୍ରୀଜୟଦେବ କଲେଜ ଅଫ୍‌ ଏଜୁକେସନ ଓ ଟେକ୍ନୋଲୋଜିରେ। ଏଠାକାର ଜଣେ ଯୁକ୍ତ୩ ଛାତ୍ରୀଙ୍କୁ କଲେଜର ଜଣେ ଅଧ୍ୟାପକ ଗତ କିଛି ମାସ ହେଲା ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କଲେଜର ଜଣେ ଅଧ୍ୟାପକ ତାଙ୍କୁ ଗତ କିଛି ମାସ ହେଲା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ସେ ତାଙ୍କୁ ପ୍ରେମ ନିବେଦନ କରିଥିଲେ।

କିନ୍ତୁ ଛାତ୍ରୀଜଣଙ୍କ ମନା କରିବାରୁ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସଂପୃକ୍ତ ଅଧ୍ୟାପକ ଜଣଙ୍କ କଲେଜର ଏନ୍‌ସିସି ଅଫିସର(ନାଭାଲ୍‌ ୱିଙ୍ଗ୍‌) ଦାୟିତ୍ବରେ ମଧ୍ୟ ଅଛନ୍ତି। ଛାତ୍ରୀଜଣକ ମଧ୍ୟ ଏନ୍‌ସିସି ପାଠ୍ୟକ୍ରମ ନେଇଥିବାରୁ ତାଙ୍କୁ ନିର୍ଯାତନା ଦେବା ସଂପୃକ୍ତ ଅଧ୍ୟାପକଙ୍କ ପାଇଁ ସହଜ ହୋଇଥିଲା। ଅପରପକ୍ଷେ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷଙ୍କୁ ଆଜି ଚିଠି ଲେଖାଯାଇଥିଲେ ମଧ୍ୟ ଅଧ୍ୟକ୍ଷଙ୍କ ନିକଟରେ ଏନେଇ କୌଣସି ଖବର ନ ଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ଚିଠି ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ମାତ୍ର ଛାତ୍ରୀଜଣକ ଅଭିଯୋଗ କରିବା ପରେ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ଅଭ୍ୟନ୍ତରୀଣ କମିଟି ଗଠନ କରାଯାଇ ପ୍ରାରମ୍ଭିକ ତଦନ୍ତ କରାଯାଇଥିଲା। କମିଟି ତଦନ୍ତ କରି ତାହାର ରିପୋର୍ଟ କଲେଜ ପରିଚାଳନା ପରିଷଦର ମୁଖ୍ୟଙ୍କୁ ଦେଇଥିଲା। ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିଥିବାରୁ ଖୁବ୍‌ଶୀଘ୍ର କମିଟି ଗଠନ କରାଯାଇ ଘଟଣାର ସାନି ତଦନ୍ତ କରାଯିବ। ଯଦି ଅଧ୍ୟାପକ ଜଣକ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking