ଭୁବନେଶ୍ୱର : ଯଦି ଆପଣ ଚା ସହିତ ଦିନ ଆରମ୍ଭ କରନ୍ତି ତେବେ ଦିନ ସାରା ଭଲ ଅନୁଭବ ହେବ । ଅଦାରେ ତିଆରି ଚା ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏଥିରେ ଔଷଧୀୟ ଗୁଣ ରହିଛି । ଯଦି ଆପଣ ଅଦା ତିଆରି ଚା ବ୍ୟବହାର କରୁଛନ୍ତି । ଆପଣଙ୍କର ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଗ୍ୟାସ ସମସ୍ୟାକୁ ହ୍ରାସ କରିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି । ଅଦା ତିଆରି ଚା ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ । ଗଳା ଯନ୍ତ୍ରଣାକୁ ଦୂର କରେ । ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ମାନସିକ ଚାପରୁ ମୁକ୍ତି ମିଳିଥାଏ । ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।










