34.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମ ଓଡିଶା ପ୍ରମୁଖ ଜିଲ୍ଲାର କରୋନା ଭୂତାଣୁ ଚିହ୍ନଟ ପରୀକ୍ଷା ବୁର୍ଲାରେ କରାଯାଉ: ...

ପଶ୍ଚିମ ଓଡିଶା ପ୍ରମୁଖ ଜିଲ୍ଲାର କରୋନା ଭୂତାଣୁ ଚିହ୍ନଟ ପରୀକ୍ଷା ବୁର୍ଲାରେ କରାଯାଉ: ପ୍ରଦୀପ୍ତ ନାଏକ

ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୂବନେଶ୍ୱର : ସମ୍ବଲପୁର ସମେତ ପଡୋଶୀ ଝାରସୁଗୁଡା, ଦେବଗଡ, ବରଗଡ, ବଲାଙ୍ଗୀର,
ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜଠାରେ ନୂତନ ଭାବେ କାର୍ଯ୍ୟକ୍ଷମ
ହୋଇଥିବା କରୋନା ଭୁତାଣୁ ଚିହ୍ନଟ ପରୀକ୍ଷା କେନ୍ଦ୍ର ସହିତ ଯୋଡିବା ସହ ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବା ପାଇଁ
ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଶ୍ରୀ ନାଏକ ପତ୍ରରେ ଲେଖିଛନ୍ତି କି, କରୋନା ଭୂତାଣୁ ରୋଗୀ ଚିହ୍ନଟ ପାଇଁ ରାଜ୍ୟରେ ବର୍ତମାନ ୭ଟି ପରୀକ୍ଷଣ
କେନ୍ଦ୍ର କାର୍ଯ୍ୟ କରୁଛି । ଜିଲ୍ଲାଗୁଡିକୁ ଭାଗ କରାଯାଇ ଉକ୍ତ ୭ଟି ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା ହେବା ପାଇଁ ରାଜ୍ୟ ସରକାର
ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ସ୍ୱାସ୍ଥ୍ୟସେବା ପାଇଁ ପଶ୍ଚିମ ଓଡିଶାରେ ପ୍ରମୁଖ ଡାକ୍ତରଖାନା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ
ମେଡିକାଲ କଲେଜରେ କରୋନା ଭୁତାଣୁ ଚିହ୍ନଟ ପରୀକ୍ଷା କେନ୍ଦ୍ର ଆରମ୍ଭ ହୋଇଛି ଏବଂ ଏହି ସ୍ଥାନରେ କେବଳ ସମ୍ବଲପୁର
ଜିଲ୍ଲାକୁ ସୀମିତ ରଖାଯାଇଛି । ଅନ୍ୟ ପଟେ ଭିଏସ୍‌ଏସ୍ ମେଡିକାଲ କଲେଜ୍ ଆଖପାଖ ଉପରୋକ୍ତ ଜିଲ୍ଲାବାସୀଙ୍କ ଭୁତାଣୁ
ଚିହ୍ନଟ ଭୂବନେଶ୍ୱରସ୍ଥିତ ଆରଏମ୍‌ଆର୍‌ସି, ଏମ୍ସ ଓ ଆଇଏଲ୍‌ଏସ୍‌ଠାରେ କରାଯାଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହେଉଛି ।
ବଲାଙ୍ଗୀରଠାରେ ଅନ୍ୟ ଏକ କରୋନା ଭୁତାଣୁ ଚିହ୍ନଟ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ନହେବା ଯାଏଁ ବଲାଙ୍ଗୀର, ସୋନପୁର ଓ
କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଭିଏସ୍‌ଏସ୍ ମେଡିକାଲ୍ ସହ ଯୋଡି ହେବା ଆବଶ୍ୟକ । ତେଣୁ ଉପରୋକ୍ତ ଜିଲ୍ଲାବାସୀଙ୍କ କରୋନା
ଭୁତାଣୁ ଚିହ୍ନଟ ପ୍ରକ୍ରିୟା ବୁର୍ଲାସ୍ଥିତ ଭିଏସ୍‌ଏସ୍ ମେଡିକାଲ କଲେଜଠାରେ କରିବା ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
କରିଛନ୍ତି ।
ଏ ସମସ୍ତ ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ
ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking