28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୪ ଦିନିଆ ପୁଲିସ ରିମାଣ୍ଡ୍‌ରେ ଲରେନ୍ସ ବିଷ୍ନୋଇ

୪ ଦିନିଆ ପୁଲିସ ରିମାଣ୍ଡ୍‌ରେ ଲରେନ୍ସ ବିଷ୍ନୋଇ

ନୂଆଦିଲ୍ଲୀ: ଗ୍ୟାଙ୍ଗ୍‌ଷ୍ଟର୍ ଲରେନ୍ସ ବିଷ୍ନୋଇକୁ ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟ ଚାରିଦିନ ପାଇଁ ପୁଲିସ ରିମାଣ୍ଡ୍‌କୁ ପଠାଇ ଦେଇଛନ୍ତି । ଗତ ୨୪ ତାରିଖରେ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ୨୫ଟି ପିସ୍ତଲ ଜବତ କରିବା ପରେ ବିଷ୍ନୋଇ ବିରୋଧରେ ଆର୍ମ୍ସ ଆକ୍ଟରେ କେସ୍ ରୁଜୁ କରିଥିଲା । ଆଜି ତାକୁ ଭିଡିଓ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର କରାଯାଇଥିଲା ।

ଏହି ଅବସରରେ ସ୍ପେଶାଲ୍ ସେଲ୍ ତା’ର ରିମାଣ୍ଡ୍ ଦାବି କରିଥିଲା । ସୂଚନାଯୋଗ୍ୟ, ୨୪ ତାରିଖରେ ୨୫ ପିସ୍ତଲ ଜବତ ଅଭିଯୋଗରେ ସ୍ପେଶାଲ୍ ସେଲ୍ ମୁକୁନ୍ଦ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ପିସ୍ତଲ ବିଷ୍ନୋଇ ଓ କାଲା ଝଠେଡ଼ି ଗ୍ୟାଙ୍ଗ୍‌କୁ ସପ୍ଲାଇ କରିବା ନିମନ୍ତେ ଗ୍ୟାଙ୍ଗ୍‌ଷ୍ଟର୍ ଗୋଲ୍ଡି ବରାର୍ ପଠାଇଥିଲା । ଏହାପରେ କୋର୍ଟଙ୍କ ଅନୁମତି ପରି ସ୍ପେଶାଲ୍ ସେଲ୍ ମେ’ ୨୬ ତାରିଖରେ ବିଷ୍ନୋଇକୁ ମଣ୍ଡୋଲି ଜେଲ୍‌ରେ ଜେରା କରିଥିଲା । ଆଗକୁ ଉଭୟ ଲରେନ୍ସ ବିଷ୍ନୋଇ ଓ କାଲା ଝଠେଡ଼ିକୁ ମୁହାଁମୁହିଁ ବସାଇ ଜେରା କରିବା ନିମନ୍ତେ ପୁଲିସ ଏହି ରିମାଣ୍ଡ୍ ମାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking