30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଲଞ୍ଚ ହେଲା ଦେଶର ସର୍ବବୃହତ ଆଇପିଓ: ପଦାର୍ପଣରେ ନିବେଶକ ସହିଲେ ବଡ କ୍ଷତି

ଲଞ୍ଚ ହେଲା ଦେଶର ସର୍ବବୃହତ ଆଇପିଓ: ପଦାର୍ପଣରେ ନିବେଶକ ସହିଲେ ବଡ କ୍ଷତି

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ପ୍ରବେଶ କରିଛି ଭାରତୀୟ ଜୀବନ ବୀମା ନିଗମ । ମଙ୍ଗଳବାର ଭାରତ ଇତିହାସରେ ସବୁଠାରୁ ବଡ ଷ୍ଟକ୍ ଭାରତୀୟ ପୁଞ୍ଜି ବଜାରରେ ଲିଷ୍ଟିଂ ହୋଇଯାଇଛି । ମେ ୪-୯ ଯାଏଁ ଏହାର ଆଇପିଓ ବିକ୍ରି ହୋଇଥିବା ବେଳେ ଏହା ପ୍ରାୟ ୩ ଗୁଣ ଅଧିକ ସବସ୍କ୍ରାଇବ୍ ହୋଇଥିଲା । ଏହା ସହିତ ପଲିସି ହୋଲ୍ଡର ମାନଙ୍କୁ ୬୦ ଟଙ୍କାର ଡିସକାଉଣ୍ଟ ମିଳିଥିବା ବେଳେ କର୍ମଚାରୀଙ୍କୁ ମିଳିଥିଲା ୪୫ ଟଙ୍କାର ଡିସକାଉଣ୍ଟ । ଏଲ୍‌ଆଇସି ପକ୍ଷରୁ ୯୦୨-୯୪୯ ମଧ୍ୟରେ ଏହାର ମୂଲ୍ୟ ନିର୍ଦ୍ଧାରଣର କରାଯାଇଥିଲା । ଶେଷରେ ଅପର ସର୍କିଟରେ ଏହାର ଷ୍ଟକ୍ ମାର୍କେଟ ପଦାର୍ପଣ କରାଯାଇଥିଲା । ତେବେ ଡେବ୍ୟୁରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ୮.୬୨ ପ୍ରତିଶତ କମ୍ ମୂଲ୍ୟରେ ବା ୮୧.୮୦ ଟଙ୍କାର ରିହାତି ସହିତ ୮୬୭.୨୦ ଟଙ୍କାରେ ଏହାର ଲିଷ୍ଟିଂ ହୋଇଥିଲା ।

ଅନ୍ୟପକ୍ଷରେ ଏନ୍‌ଏସ୍‌ଇରେ ଏହି ଶେୟାରକୁ ୮.୧୧ ପ୍ରତିଶତର ରିହାତିରେ ଲିଷ୍ଟ କରାଯାଇଥିଲା । ୭୭ ଟଙ୍କାର ଡିସକାଉଣ୍ଟ ସହିତ ୮୭୨ ଟଙ୍କାରେ ଏହା ଏନଏସଇରେ ପଞ୍ଜୀକୃତ ହୋଇଥିଲା । ତେବେ ଲଞ୍ଚ ହେବା ସହିତ ଏହାର ଶେୟାର ମୂଲ୍ୟ ଉପରକୁ ଉଠିଥିଲା । ଦିନ ୧୦ଟା ସୁଦ୍ଧା ଏହାର ଷ୍ଟକ୍ ମୂଲ୍ୟ ୯୦୪.୨୫ ଟଙ୍କାରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ, ଭାରତର ସର୍ବବୃହତ ରାଷ୍ଟ୍ରାୟତ ବୀମା କମ୍ପାନୀ ଏଲ୍‌ଆଇସିର ୩.୫ ପ୍ରତିଶତ ବିନିବେଶ କରିବା ସହିତ ସରକାର ୨୧ ହଜାର କୋଟି ଟଙ୍କା ଆୟ କରିଛନ୍ତି ।

ଏଲଆଇସିର ଦୁର୍ବଳ ଲିଷ୍ଟିଂର ପ୍ରଭାବ ବଡ଼ ବଡ଼ ନିବେଶକଙ୍କ ଉପରେ ଅଧିକ ପଡିବ ନାହିଁ, କିନ୍ତୁ ପ୍ରଥମ ଥର ଷ୍ଟକ ମାର୍କେଟରେ ନିବେଶ କରିଥିବା ନିବେଶକଙ୍କୁ ଏହା ଏକ ବଡ଼ ଝଟକା ରହିଛି । ୨୦୦୦ ମସିହା ପରଠାରୁ ବର୍ତ୍ତମାନ ଯାଏଁ ମୋଟ ୨୧ ସରକାରୀ କମ୍ପାନୀ ଷ୍ଟକ ମାର୍କେଟରେ ସୂଚୀବଦ୍ଧ ହୋଇଥିବା ବେଳେ ଅଧାରୁ ଅଧିକ କମ୍ପାନୀର ଲିଷ୍ଟିଂ ମୂଲ୍ୟ ଇସ୍ୟୁ ପ୍ରାଇସ ଠାରୁ ତଳେ ରହିଛି । ବର୍ତ୍ତମାନ ନିବେଶକଙ୍କୁ କ୍ଷତି ପହଞ୍ଚାଇବା ସହିତ ଏଲ୍‌ଆଇସି ସମାନ ଧାରାରେ ସାମିଲ ହୋଇଛି । ଦିନର କାରବାର ଶେଷ ସୁଦ୍ଧା ଏଲ୍‌ଆଇସି ଅଂଶଧନ ମୂଲ୍ୟ ୮୭୩ ଟଙ୍କା ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking