37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଦିନକରେ ୮୬,୯୬୧ ଆକ୍ରାନ୍ତ,୧୧୩୦ ମୃତ

ଦିନକରେ ୮୬,୯୬୧ ଆକ୍ରାନ୍ତ,୧୧୩୦ ମୃତ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ପାର୍ କରିବାକୁ ବସିଛି । ତେବେ ବର୍ତ୍ତମାନ ସୁଦ୍ଧା କରୋନାରେ ୮୭୮୮୨ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ବି ଦେଶରେ ଆକ୍ଟିଭ କେସ ସଂଖ୍ୟା ୧୦୦୩୨୯୯ ରହିଛି ଓ ସୁସ୍ଥ ହୋଇଛନ୍ତି ୪୩,୯୬,୩୯୯ । ଗୋଟିଏ ପଟେ ଦୁନିଆର ଦ୍ୱିତୀୟ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ରହିଥିବା ବେଳେ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି । ଗତ ୨୪ ଘଣ୍ଟାରେ ୧୧୩୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ଭିତରେ ଗୁଜୁରାଟରେ ୬ ଜଣ ବିଧାୟକ ବି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking