30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଶବଦାହ ବିଳମ୍ବକୁ ନେଇ ଉତ୍ତେଜନା, ରାସ୍ତାରୋକ

ଶବଦାହ ବିଳମ୍ବକୁ ନେଇ ଉତ୍ତେଜନା, ରାସ୍ତାରୋକ

ଫୁଲବାଣୀ : ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ଦାହରେ ବିଳମ୍ବ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀଙ୍କ ଦ୍ୱାରା ମଙ୍ଗଳବାର ରାସ୍ତାରୋକ କରାଯାଇଥିଲା । ତହସିଲ୍‌ଦାର ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ଶବ ଦାହ ବ୍ୟବସ୍ଥା କରିବା ପରେ ଉତ୍ତେଜନା କମିବା ସହ ରାସ୍ତାରୋକ ହଟିଥିଲା । ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବାରିକୁମ୍ପା ଗ୍ରାମର ଜଣେ ୫୫ ବର୍ଷର ବ୍ୟକ୍ତି ଗତ ୧୦ ଦିନ ହେଲା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଖବର ପାଇ ତାଙ୍କ ପରିବାର ବର୍ଗ ଓ କିଛି ଗ୍ରାମବାସୀ ପହଞ୍ଚିଥିଲେ । ଚିକିତ୍ସାଳୟ ପକ୍ଷରୁ ଆମ୍ବୁଲାନ୍ସ ଦ୍ୱାରା ଶବକୁ ଏଫସିଆ ଛକ ଶ୍ମଶାନକୁ ଯାଇଥିଲେ । ସେଠାରେ ପୌରପାଳିକା ପକ୍ଷରୁ ଶବଦାହର ବ୍ୟବସ୍ଥା କରିବା କଥା । ବହୁତ ସମୟ ଅପେକ୍ଷା କରିବା ପରେ ମଧ୍ୟ ପୌରପାଳିକାର କୌଣସି କର୍ମଚାରୀ ନପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ଉତ୍ତେଜିତ ଲୋକେ ବିଜୟୱାଡା-ରାଞ୍ଚି ରାଜପଥକୁ ଅବରୋଧ କରିଥିଲେ । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶବଦାହ ବ୍ୟବସ୍ଥା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking