29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୁଅ ବଞ୍ଚି ଥାଇ ବାପା ହେଲେ ଶୁଦ୍ଧି

ପୁଅ ବଞ୍ଚି ଥାଇ ବାପା ହେଲେ ଶୁଦ୍ଧି

ଭୁବନେଶ୍ୱର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଂଚାୟତ ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପୁଅ ବଂଚି ଥାଉ ଥାଉ ବାପାଙ୍କ ସମେତ ପୁରା ପରିବାର ଶୁଦ୍ଧି ହୋଇଛନ୍ତି । ଏକ ୯ ବର୍ଷ ବାଳକ ଦେହରେ ପୋକ ହୋଇଯିବା କାରଣରୁ ଗାଁ ଲୋକଙ୍କ ଚାପରେ ପଡି ବାପା ପୁଅକୁ ଶୁଦ୍ଧି ହୋଇଛନ୍ତି । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ମାତ୍ର ଘଟଣାଟି ସତ । ବାଘୁଆ ଗାଁରେ ୭ ପ୍ରାଣୀ କୁଟୁମ୍ବ ସହ ବାସ କରନ୍ତି ରାମଚନ୍ଦ୍ର ନାୟକ । ତେବେ ବଡ ପୁଅ କାହ୍ନାର ଜନ୍ମରୁ ହିଁ ଶରୀର ସାରା ଲୋମଥିବା ମୁହଁରେ ମାଂସ ପିଣ୍ଡୁଳା ବାହାରି ଲୋମରେ ଭର୍ତ୍ତି ହୋଇଥିଲା । ପରେ ସରକାରଙ୍କ ନିକଟରେ ଗୁହାରି କରିବା ପରେ ସରକାରଙ୍କ ସାହାଯ୍ୟ ଯୋଗୁଁ ୩ ବର୍ଷ ତଳେ ପୁଅ କାହ୍ନାର ଅପରେସନ ହୋଇଥିଲା । ହେଲେ ଅପରେସନ ସରିବା ପରେ ତା ଦେହ ଭଲ ହେବା ପରିବର୍ତ୍ତେ ପୁଣି ଖରାପ ହୋଇଥିଲା । ଦେହସାରା କୁଣ୍ଡେଇ ହୋଇ ଶରୀରର ଅନେକ ଜାଗାରେ ଘା ହୋଇଗଲା । ପରେ ସେଥିରୁ ପୋକ ବାହାରିବାକୁ ଲାଗିଲା । ଏହା ଦେଖିବା ପରେ ଗାଁ ଲୋକେ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଦେଇଥିଲେ । ମିଳାମିଶା ନକରିବା ସହ ଛୁଇଁବାକୁ ବି ମନା କରିଥିଲେ । ପରେ ଦିନମଜୁରିଆ ଭାବରେ କାମ କରୁଥିବା ବାପା ରାମଚନ୍ଦ୍ର ପୁଅକୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ଧିରେ ଧିରେ କାହ୍ନା ସଂପୂର୍ଣ୍ଣ ଭଲ ହୋଇ ଗାଁକୁ ଫେରିଥିଲା । ଭଲହେବା ପରେ ବି ଗାଁ ଲୋକେ ସେମାନଙ୍କ ସହ ମିଶିନଥିଲେ । ୨୧ ଦିନ ବାସନ୍ଦ ରଖିବା ସହ ପୁଅର ଶୁଦ୍ଧିକ୍ରିୟା କରିବାକୁ ରାମଚନ୍ଦ୍ରଙ୍କ ଉପରେ ଚାପ ପକାଇଥିଲେ ଗ୍ରାମବାସୀ । ଏଭଳି ପରିସ୍ଥିତି ଉପୁଜିବା ପରେ ରାମଚନ୍ଦ୍ର ପୁଣି ୧୦ ହଜାର କରଜ କରି ଶୁଦ୍ଧିକ୍ରିୟା ହୋଇ ପୁଅ କାହ୍ନାକୁ ଲଣ୍ଡା କରାଇଥିଲେ । ଭୋଜିଭାତ କରି ଗାଁ ଲୋକଙ୍କୁ ଦେଇଥିଲେ । ଏହା ପରେ ସେମାନଙ୍କ ଉପରୁ ବାସନ୍ଦ ହଟାଇଥିଲେ ଗ୍ରାମବାସୀ । ସବୁପରେ ବି ସରକାର ସେମାନଙ୍କ କଥା ଶୁଣୁନଥିବା କହିଛନ୍ତି ରାମଚନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking