32.8 C
Bhubaneswar
Tuesday, April 16, 2024
Homeଓଡିଶାଓଜେଇଇ ଆବେଦନ ଫାଇର୍ ଅବଧି ବୃଦ୍ଧି

ଓଜେଇଇ ଆବେଦନ ଫାଇର୍ ଅବଧି ବୃଦ୍ଧି

ଭୁବନେଶ୍ୱର : କରୋନା ସ୍ଥିତି ପାଇଁ ଓଜେଇଇ ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି ।ଅନଲାଇନ ଆବେଦନ ଓ ଫି’ ଦାଖଲ ପାଇଁ ଅବଧିକୁ ବୃଦ୍ଧି କରାଯାଇଛି । ଆବେଦନ ତାରିଖକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିସହ ଫି’ ଦାଖଲ ସମୟ ସୀମାକୁ ମଧ୍ୟ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବିଫାର୍ମା , ଏମବିଏ , ଏମସିଏ , ଏମଟେକ , ଏମ ଆର୍କ , ଏମ ପ୍ଲାନ , ଏମ ଫାର୍ମା , ଇଣ୍ଟ-ଏମବିଏ ଆଦି ପାଠ୍ୟକ୍ରମର ଆବେଦନ ପାଇଁ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଭୟାବହ ହୋଇପଡ଼ୁଛି । ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟରେ ସମସ୍ତ ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୧୦୬୨୪ଟି ମୋଟ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୭୦୦୬ ଜଣ ସୁସ୍ଥ ହୋଇଛନ୍ତି । ୪୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫୫୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking