32.1 C
Bhubaneswar
Thursday, March 28, 2024
Homeଓଡିଶାମନମୁଖି କାଯ୍ୟକୁ ବିରୋଧ କରି ଲଂଣ୍ଠନ ଶୋଭାଯାତ୍ରା

ମନମୁଖି କାଯ୍ୟକୁ ବିରୋଧ କରି ଲଂଣ୍ଠନ ଶୋଭାଯାତ୍ରା

ନୟାଗଡ଼: ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ନିର୍ମାଣ ଶ୍ରମିକଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବା ଓ ମନମୁଖି କାଯ୍ୟକୁ ବିରୋଧ କରି ନିର୍ମାଣ ଶ୍ରମିକ ମହାସଂଘ ଏବଂ କଳିଙ୍ଗ ନିର୍ମାଣ ଶ୍ରମିକ ମଞ୍ଚ ପକ୍ଷରୁ ସହରରେ ଏକ ଲଂଣ୍ଠନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘବର୍ଷ ଧରି ଅନେକ ନିର୍ମାଣ ଶ୍ରମିକ ସେମାନଙ୍କର ପଞ୍ଜିକରଣ ପାଇଁ ଆବେଦନ କରିଥିବା ବେଳେ ଶତାଧିକ ନିର୍ମାଣ ଶ୍ରମିକ ସହାୟତା ପାଇବା ପାଇଁ ଆବେଦନ କରିଛନ୍ତି । ମାତ୍ର ଜିଲ୍ଲା ଶ୍ରମ ଅଧିକାରୀ ଏହାକୁ ଭୃକ୍ଷେପ କରୁନଥିବା ଅଭିଯୋଗ ହୋଇଛି । ଏପରିକି ସହାୟତା ରାଶି ମଧ୍ୟ ବଣ୍ଟନ କରାଯାଉନଥିବା ଅଭିଯୋଗ କରିଛନ୍ତି ଶୋଭାଯାତ୍ରା କାରି । ଏପରିକି ପକ୍କା ଘର ଓ, ଶିକ୍ଷା ସହାୟତା ଆବେଦନ ପ୍ରଭୃତି ପ୍ରଦାନ କରାଯାଉନଥିବା ନେଇ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଏହାର ପ୍ରତିବାଦରେ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ଲଂଣ୍ଠନ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡ଼ିକୁ ୧୫ ଦିନ ମଧ୍ୟରେ ସମାଧାନ କରାନଗଲେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking