34.1 C
Bhubaneswar
Friday, March 29, 2024
Homeଓଡିଶାପୁରୀ ସ୍ୱେଚ୍ଛାକୃତ ଘରୋଇ ଜମି ବିକ୍ରି ସୀମା ୯ ତାରିଖକୁ ବୃଦ୍ଧି

ପୁରୀ ସ୍ୱେଚ୍ଛାକୃତ ଘରୋଇ ଜମି ବିକ୍ରି ସୀମା ୯ ତାରିଖକୁ ବୃଦ୍ଧି

ଭୁବନେଶ୍ୱର : ଶ୍ରୀମନ୍ଦିର ନିରାପର୍ତ୍ତା ବଳୟ ପାଇଁ ଜମି ବିକେତ୍ରାଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢ଼େର ପଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଆପଣଙ୍କ ତ୍ୟାଗ ମନେ ରହିବ । ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ଓଡ଼ିଶାବାସୀ ଆପଣମାନଙ୍କୁ ସବୁଦିନ ପାଇଁ ମନେ ରଖିବେ । ୭୫ ପ୍ରତିଶତ ଘରୋଇ ଜମି ସ୍ୱେଚ୍ଛାକୃତ ଭାବେ ସ୍ଥାନୀୟ ବାସିନ୍ଦା ପ୍ରଦାନ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ ଜମି ଅଧିଗ୍ରହଣ କ୍ଷେତ୍ରରେ ଏଭଳି ସଫଳତା ବିରଳ। ଏହପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବେଚ୍ଛାକୃତ ଜମି ବିକ୍ରୟ ବ୍ୟବସ୍ଥାର ସମୟସୀମା ଆଉ ଏକ ସପ୍ତାହ ବଢ଼ାଇ ଦିଆଯାଇଛି। ଗତକାଲି ଏହି ସମୟସୀମା ଶେଷ ହେଉଥିବା ବେଳେ ଡିସେମ୍ବର ୯ ଯାଏ ସ୍ୱେଚ୍ଛାକୃତ ଘରୋଇ ଜମି ବିକ୍ରି ସୀମାକୁ ବୃଦ୍ଧି କରାଯାଇଛି।
ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ, ‘ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ସ୍ଥାବର ସଂପତ୍ତିକୁ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭହୋଇଛି। ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦି ପ୍ରକ୍ରିୟାରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ମହାପ୍ରଭୁଙ୍କ ପାଇଁ ନିଜ ନିଜର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ,ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣା ଯୋଗୁଁ ଏହା ସମ୍ଭବ ହୋଇଛି।’

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking