ନୂଆଦିଲ୍ଲୀ: ଜୋହର ୟୁନିଭର୍ସିଟିକୁ ପ୍ରଦାନ କରାଯାଇଥିବା ଜମି ଲିଜ୍ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ରଦ୍ଦ କରାଯିବା ମାମଲାରେ ଆଜମ୍ ଖାନ୍ଙ୍କୁ ସୁପ୍ରିମ୍କୋର୍ଟରୁ ଝଟ୍କା ଲାଗିଛି । ସର୍ବୋଚ୍ଚ ଅଦାଲତ ମୌଲାନା ମହମ୍ମଦ ଅଲୀ ଜୋହର ଟ୍ରଷ୍ଟ୍ ପକ୍ଷରୁ ଦାୟର କରାଯାଇଥିବା ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଏବେ ମାମଲାର ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କୁହାଯାଇଛି ।
ହାଇକୋର୍ଟ ପ୍ରାଥମିକତାର ସହ ଶୀଘ୍ର ମାମଲାର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ କହିଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ନିଜ ବେଞ୍ଚ୍ରେ ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ କୋର୍ଟ କହିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ହାଇକୋର୍ଟର ଯେଉଁ ଜଜ୍ ମାମଲାର ଶୁଣାଣି କରୁଥିଲେ ତାଙ୍କର କଲିକତା ହାଇକୋର୍ଟକୁ ବଦଳି ହୋଇଯାଇଛି । ତେଣୁ ସେହି ବେଞ୍ଚ୍ ମାମଲାର ଶୁଣାଣି କରିପାରିବ ନାହିଁ ।