36.7 C
Bhubaneswar
Tuesday, April 16, 2024
Homeଅପରାଧଜମି ବିବାଦକୁ ନେଇ ୨ବର୍ଷର ପିଲାକୁ ମାରି ଫିଙ୍ଗିଲେ ଜମିରେ

ଜମି ବିବାଦକୁ ନେଇ ୨ବର୍ଷର ପିଲାକୁ ମାରି ଫିଙ୍ଗିଲେ ଜମିରେ

ବିହାର: ବୁଧବାର ଦିନ ବିହାରର ଭାଗଲପୁରରେ ଥିବା ହସିପୁର ଥାନା ନିକଟସ୍ଥ ଗ୍ରାମରେ ଘଟିଛିି ଏହି ବର୍ବର କାଣ୍ଡ । ଧାନ ବିଲରୁ ମିଳିଛି ଗୋଟିଏ ଦୁଇ ବର୍ଷ ପୁଅର ଶବ । ଗଳା ଚିପି ପୁଅକୁ ହତ୍ୟା କରାଯାଇଥିବା ଜଣପଡ଼ିଛି । ପରିବାର ବର୍ଗ ଜମିରେ ପହଞ୍ଚି ପୁଅର ଶବକୁ ଦେଖିଥିଲେ । ପରିବାର ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଏବେ ଶୋକର ଛାୟା ଖେଳି ଯାଇଛି । କୁହାଯାଉଛି ହତ୍ୟା ପଛର କାରଣ ରହିଛି ୨ ବିଘା ଜମି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉ କି, ଦୌଲତପୁର ଗ୍ରାମରେ ନନ୍ଦକିଶୋର ରାଜସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ପତ୍ନି ଗାୟତ୍ରୀ ତାଙ୍କ ତିନି ଛୁଆ (ଆଂଚଲ, ଅଙ୍କୁଶ, ଓ ସନ୍ଦିପ)ଙ୍କ ସହ ଗ୍ରାମରେ ରୁହନ୍ତି । ବୁଧବାର ଦିନ ପତ୍ନୀ ଗାୟତ୍ରୀ ଶାଗ ତେଳିବାକୁ ଟିକେ ଦୂରକୁ ଯାଇଥିଲେ ଓ ଛୁଆମାନେ ବାହାରେ ଖେଳୁଥିଲେ ।ସଂନ୍ଧ୍ୟା ରେ ଘରକୁ ଫେରି ସନ୍ଦୀପକୁ ପାଇ ନଥିଲେ । ବହୁତ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତିରେ ସନ୍ଦୀପର ଶବ ଅନ୍ୟ ପରିବାର ବର୍ଗ ଜମିରେ ପଡ଼ିଥିବାର ଦେଖଥିଲେ । ପୁଅର ଶବକୁ ଦେଖି ଗାୟତ୍ରୀ ଚେତା ଶୂନ୍ୟ ହେଇ ଯାଇଥିଲେ ।

ପୋଲିସ୍‌ର କହିବା ଅନୂସାରେ ସନ୍ଦୀପ୍‌ର ହତ୍ୟା ଦେଢଶୁର ଡ଼ବଲୁ ରାମ ଓ ଯାଆ କରିଛନ୍ତି । ସନ୍ଦୀପର ମା’ କହିଛନ୍ତି ଯେ ପୂର୍ବରୁ ତାଙ୍କ ପରିବାର ମଧ୍ୟରେ ପଛପଟେ ଥିବା ଦୁଇ ବିଘା ଜମି ପାଇଁ ବିବାଦ ଲାଗି ରହିଥିଲା । ଏହି ଜମିଟି ନନ୍ଦକିଶୋର ଙ୍କର ଥିଲା ବେଳେ ବଡ଼ଭାଇ ଡ଼ବଲୁ ଙ୍କର ସେଥିରେ ନଜର ରହିଥିଲା ।
ଜମି ହାତେଇବା ପାଇଁ ତାଙ୍କ ପୁଅର ହତ୍ୟା କରାଯାଇଛି । ଥାନା ଅଧିକାରୀ ଅନୀଲ କୁମାରଙ୍କ କହିବା ଅନୂଯାୟୀ ମୃତ ସନ୍ଦୀପଙ୍କ ମାଙ୍କ ବୟାନ ରେକଡ଼ କରାଯାଇ ଡ଼ବଲୁ ରାମଙ୍କ ସହ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଓ ଅନ୍ୟ ୫ ଜଣଙ୍କୁ ଖୋଜା ଚଲେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking