30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଲଖିମପୁର ହିଂସା ଘଟଣା : ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ଲଖିମପୁର ହିଂସା ଘଟଣା : ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

କେବଳ ୨୩ ଜଣ ଚାଷୀଙ୍କ ସାକ୍ଷ୍ୟ କାହିଁକି?
ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ଘଟଣାରେ ସୁପ୍ରିମକୋର୍ଟ ମଙ୍ଗଳବାର ପୁଣି ଉତ୍ତରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଘଟଣା ଦିନ ସେଠାରେ ଶତାଧିକ ଚାଷୀ ଉପସ୍ଥିତ ଥିବାବେଳେ କେବଳ ୨୩ ଜଣଙ୍କା ସାକ୍ଷ୍ୟ କାହିଁକି ଗ୍ରହଣ କରାଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁୁଣାଣି କରିଥିଲେ । ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଖଣ୍ଡପୀଠଙ୍କୁ ଜଣାଇଥିଲେ କି ମୋଟ ୬୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୩ ଜଣ ହେଉଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଏଥିରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଘଟଣା ସମୟରେ ସେଠାରେ ଶତାଧିକ ଚାଷୀ ଉପସ୍ଥିତ ଥିବାବେଳେ କେବଳ ୨୩ ଜଣଙ୍କା ସାକ୍ଷ୍ୟ କାହିଁକି ଗ୍ରହଣ କରାଗଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ତୁରନ୍ତ ଅଧିକ ଚାଷୀଙ୍କ ସାକ୍ଷ୍ୟ ଗ୍ରହଣ କରିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ୫ ହଜାର ପାଖାପାଖି ଲୋକ ଉପସ୍ଥିତ ଥିବାରୁ ଅଧିକ ସାକ୍ଷୀ ଯୋଗାଡ କରିବା କଷ୍ଟସାଧ୍ୟ ହେବାନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଏହାବ୍ୟତୀତ ସବୁ ସାକ୍ଷୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ଜିଲ୍ଲାଜଜ୍ ପାହ୍ୟା ବିଚାରପତିଙ୍କ ସମ୍ମୁଖରେ ପୁଲିସ ସାକ୍ଷ୍ୟ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଅକ୍ଟୋବର ୩ରେ ଲଖିମପୁରରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତକୁ ଚାଷୀମାନେ ବିରୋଧ କରୁଥିବାବେଳେ ସେମାନଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିଲା । ଏହାକୁ ନେଇ ଚାଷୀମାନେ ଉତ୍ତ୍ୟକ୍ତ ହୋଇପଡିବା ସହ ହିଂସାର ସୂତ୍ରପାତ ହୋଇଥିଲା । ଏଥିରେ ୪ ଚାଷୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିବାବେଳେ ତିରିଶରୁ ଅଧିକ ଲୋକ  ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking