39.1 C
Bhubaneswar
Tuesday, April 23, 2024
Homeଅପରାଧକ୍ରୋଧ ନେଲା ଜୀବନ

କ୍ରୋଧ ନେଲା ଜୀବନ

ନୂଆଦିଲ୍ଲୀ: କୋତବାଲ ଅଂଚଳର ଧୌରହରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାଟି ହେଲା ଜଣେ ବ୍ୟକ୍ତି ତାଙ୍କ ନାତିକୁ କୌଣସି ଏକ କାମ କରିବାକୁ କହିଥିଲେ । ମାତ୍ର ନାତି ତାଙ୍କୁ ଉକ୍ତ କାମ କରିବାକୁ ମନା କରିଦେଲା । ଫଳରେ ଏଥିରେ ବ୍ୟକ୍ତି ତାଙ୍କୁ ଗାଳି କରିଥିଲେ । ଫଳରେ ନାତି ଉତକ୍ଷିପ୍ତ ହୋଇ ପରିବା କଟା ଛୁରୀ ଆଣି ଉକ୍ତ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହେଲେ । ପରେ ପରିବାର ଲୋକେ ତାଙ୍କୁ ସେହି ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଇବା ପାଇଁ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଆରୋପୀ ଯୁବକଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତା ନାଁରେ ହତ୍ୟା ମାମଲା ରୁଜୁ କରିଛି ।
ତେବେ ସୂଚନା ଅନୁସାରେ, କୋତବାଲ ଅଂଚଳର ଧୌରହରା ଗ୍ରାମରେ ବାସ କରୁଥିବା ବିଶ୍ରାମ ଲାଲ୍ କହିଛନ୍ତି ଯେ, ସେ ଦିବ୍ୟାଙ୍ଗ । ତାର ୧୯ ବର୍ଷ ବୟସର ପୁଅ ଅଜୟ କୁମାର ଟିକିଏ ଝଗଡା କରିବା ପ୍ରକୃତିର । ସିଏ ସବୁବେଳେ ପରିବାର ସହ ଛୋଟ ଛୋଟ କଥାକୁ ନେଇ ଝଗଡା କରିଥାଏ । ୯ ତାରିଖ ଦିନ ସନ୍ଧ୍ୟା ୭ଟା ସମୟରେ ସେ ଯେତେବେଳେ ଘରକୁ ଫେରିଥିଲା, ସେହି ସମୟରେ ତାର ଦାଦା ବେଚେ ଲାଲ ତାକୁ ଏକ କାମ କରିବାକୁ କହିଥିଲେ । ହେଲେ ସିଏ ମନା କରିଦେଇଥିଲା । ଫଳରେ ବେଚ ଲାଲ ତାଙ୍କୁ ଗାଳି କରିଥିଲେ । ପରେ ଏହି କଥାରେ ରାଗି ଯାଇ, ଅଜୟ ପରିବା କଟା ଛୁରୀ ଆଣି ତାଙ୍କ ଉପରକୁ ଶକ୍ତ ଆକ୍ରମଣ କରିଥିଲା । ଯାହା ଫଳରେ ସେ ଗଭୀର ଭାବରେ ଆହତ ହୋଇଥିଲେ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବା ପାଇଁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଅଭିଯୁକ୍ତର ବାପାଙ୍କ ସୂଚନା ଅନୁସାରେ, ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking