29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସିଂହଙ୍କ ଗହଣରେ ଆରାମରେ ଚାଲୁଛନ୍ତି ଯୁବତୀ, ଦେଖିଲେ ଉଡ଼ିଯିବ ହୋସ....

ସିଂହଙ୍କ ଗହଣରେ ଆରାମରେ ଚାଲୁଛନ୍ତି ଯୁବତୀ, ଦେଖିଲେ ଉଡ଼ିଯିବ ହୋସ….

ସୋସିଆଲ ମିଡିଆରେ ବେଳେ ବେଳେ ଏପରି ଖବରମାନ ଆସେ ଯାହାକୁ ଦେଖିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏପରି ଦୁଃସାହସୀକ ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଏବେ ଏକ ଭିଡିଓ ଶୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି ଯେ ଜଣେ ଯୁବତୀ ଦଳେ ସିଂହଙ୍କ ସହ ସହଜରେ ଚାଲି ଚାଲି ଯାଉଛନ୍ତି । ସତେ ଯେପରି ସେ ସିଂହ ନୁହେଁ ଦଳେ ପୋଷା କୁକୁରଙ୍କ ସହ ଯାଉଛନ୍ତି । ଏପରିକି ସେ ମଝିରେ ମଝିରେ ସିଂହର ଲାଞ୍ଜ ଧରି ଦେଉଛନ୍ତି । ଆଉ କ୍ୟାମେରା ଆଡକୁ ଚାହିଁ ହାତ ହଲାଉଛନ୍ତି । ସିଂହମାନେ ତାଙ୍କୁ ଆକ୍ରମଣ କରିବା ପରିବର୍ତ୍ତେ ତାଙ୍କ ସହ ସହଜରେ ଚାଲି ଚାଲି ଯାଉଛନ୍ତି । ସତେ ଯେପରି ଯୁବତୀ ଜଣକ ତାଙ୍କ ପରିବାରର ସଦସ୍ୟ । ଭିଡିଓରେ ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳୁଛି । ଯୁବତୀ ଜଣକ ଅତି ସହଜରେ ସିଂହଙ୍କ ଗହଣରେ ଚାଲି ଚାଲି ଯାଉଛନ୍ତି । ସିଂହମାନେ ତାଙ୍କର କୌଣସି କ୍ଷତି କରୁନାହାଁନ୍ତି । ବରଂ ତାଙ୍କ ସହ ଅତି ସହଜରେ ଚାଲି ଚାଲି ଯାଉଛନ୍ତି । ଲୋକେ ଏହି ଭିଡିଓକୁ ଦେଖି ଚକିତ ହୋଇଯାଉଛନ୍ତି । କେହି କେହି ଏହାକୁ ମିଛ ବୋଲି ମଧ୍ୟ କହିବାକୁ ପଛାଇ ନାହାଁନ୍ତି । ଭିଡ଼ିଓଟି ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୧୧,୪୬୯ ଲାଇକ୍‌ସ ମିଳିଥିବା ବେଳେ ଜଣାଯାଇଛି । କେହି କେହି ୟୁଜର ଏହାକୁ ମୃତ୍ୟୁର ଖେଳ କହିବା ସହ ଏପରି ନକରିବାକୁ ମଧ୍ୟ ଉପଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking