ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ନିର୍ଯାତନା

ରାଉରକେଲା : ମହିଳା ପୋଲିସ୍ ଇନ୍ସପେକ୍ଟରଙ୍କୁ ନିର୍ଯାତନା ଅଭିଯୋଗ ଆସିଛି । ମହିଳା ପୋଲିସ୍ ଇନ୍ସପେକ୍ଟର ଜଣକ ବୀରମିତ୍ରପୁର ଥାନା ଆଇଆଇସି ବୋଲି ଜଣାପଡ଼ିଛି । ସେ ନିଜ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।
ଶାରୀରିକ , ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ନିଜେ ଲେଡି ଆଇଆଇସି । ତେବେ ଆଇଆଇସିଙ୍କ ସ୍ୱାମୀଙ୍କ ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ଜଣାପଡ଼ିଛି । ରଘୁନାଥପାଲି ଥାନାରେ ଏତଲା ରୁଜୁ ପରେ ମାମଲା ରୁଜୁ କଲା ପୋଲିସ୍ । ସ୍ୱାମୀଙ୍କ ନାଁରେ ଅଭିଯୋଗ ପରେ ଦଫା ୪୯୮ ଓ ୩୦୭ରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here