31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭୂକମ୍ପରେ ଦୋହଲିଲା ଲଦାଖ ମାଟି

ଭୂକମ୍ପରେ ଦୋହଲିଲା ଲଦାଖ ମାଟି

ଲଦାଖ : ସୋମବାର ସକାଳୁ ସକାଳୁ ଥରିଥିଲା ଲଦାଖ ମାଟି । ସକାଳ ୯.୩୦ ଏହି କମ୍ପନ ଅନୁଭୂତ ହୋଇଥିଲା । ଲଦାଖର କାର୍ଗିଲରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଏହାପୂର୍ବରୁ ଶନିବାର-ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ତାଇୱାନରେ ତିନୋଟି ସ୍ଥାନରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଥିଲା । ତାଇୱାନର ଅନେକ ସ୍ଥାନରେ ରାସ୍ତା ଘାଟ ଫାଟିଯାଇଛି । ବ୍ରିଜ୍ ଭୂଶୁଡିଯାଇଛି । ସ୍ଥିତି ଏମିତି ହୋଇଥିଲା ଯେ, ଟ୍ରେନଗୁଡିକ ଟ୍ରାକ ଚ୍ୟୁତ ହୋଇଥିଲା । ବ୍ରିଜ୍ ଭାଙ୍ଗିବା ହେତୁ ଅନେକ ଗାଡି ବ୍ରିଜ ତଳେ ଦବିଯାଇଥିଲା । ଭୂକମ୍ପ ଯୋଗୁଁ ତାଇୱାନରୁ ଜାପାନରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking