34.1 C
Bhubaneswar
Thursday, March 28, 2024
Homeଓଡିଶାସ୍ମାର୍ଟ ସ୍କୁଲ୍‌ରେ ଶିକ୍ଷକ ଅଭାବ, ପାଠ ପଢ଼ା ହେବ କେମିତି

ସ୍ମାର୍ଟ ସ୍କୁଲ୍‌ରେ ଶିକ୍ଷକ ଅଭାବ, ପାଠ ପଢ଼ା ହେବ କେମିତି

ବ୍ରହ୍ମପୁର: ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ବ୍ୟୟ କରିଛନ୍ତି । ବିଦ୍ୟାଳୟର ରୁପରେଖ ପରିବର୍ତ୍ତନ କରି ସେଠାରେ ସ୍ମାର୍ଟ କ୍ଳାସରୁମର ବ୍ୟବସ୍ଥା କରିଦେଇଛନ୍ତି । କର୍ପୋରେଟ ସଂସ୍ଥାମାନଙ୍କ ଭଳି ବିଦ୍ୟାଳୟର ରୁପାନ୍ତରଣ କରିଛନ୍ତି । କିନ୍ତୁ ଅସଲ ଆବଶ୍ୟକତା ପ୍ରତି ସରକାର ଆଦୌ ତତ୍ପରତା ପ୍ରକାଶ କରିନାହାନ୍ତି। ବିଦ୍ୟାଳୟ ଗୁଡିକରେ ପାଠ ପଢ଼ାଇବା ପାଇଁ ପ୍ରଥମେ ଶିକ୍ଷକଙ୍କ ଆବଶ୍ୟକତା ରହିଛି, ତାହକୁ ପୂରଣ କରିନାହାନ୍ତି । ଫଳରେ ସରକାରଙ୍କ ମୁଳ ଉଦ୍ଦେଶ୍ୟ ସାଧନ ହୋଇପାରିନାହିଁ ବୋଲି ଅଭିଭାବକ ମହଲରେ ଅଭିଯୋଗ ହୋଇଛି ।

ଏହିଭଳି ଘଟଣା ଜିଲ୍ଳାର କୌଣସି ଛୋଟ ସହର କିମ୍ବା ଗ୍ରାମାଞ୍ଚଳରେ ନୁହେଁ ବରଂ ରାଜ୍ୟର ପ୍ରମୁଖ ସହର ଭାବେ ବିବେଚିତ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟଟି ହେଲା ସହରର ଐତିହ୍ୟସଂପନ୍ନ, ଅତି ପୁରାତନ ଏବଂ ଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ କଲାମ ଆଜାଦ୍ ପାଦ ଥାପିଥିବା ବିଦ୍ୟାଳୟ ସିଟି ହାଇସ୍କୁଲ । ଏଠାରେ ସରକାରଙ୍କ ପକ୍ଷରୁ ପ୍ରାୟ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରିଛନ୍ତି । ଏଠାରେ ସରକାର ୪ଟି ସ୍ମାର୍ଟ କ୍ଳାସରୁମ୍‌, ସ୍ମାର୍ଟ ସାଇନସ ଲ୍ୟାବ୍ ନିର୍ମାଣ କରିବା ସହ ବିଦ୍ୟାର୍ଥୀଙ୍କ ପାଇଁ ସ୍ମାର୍ଟ ଶୌଚାଳୟ ମଧ୍ୟ ନିର୍ମାଣ କରିଛନ୍ତି । କିନ୍ତୁ ଏଠାରେ ପଢ଼ୁଥିବା ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀର ମୋଟ ୪୬୯ ଜଣ ବିଦ୍ୟାର୍ଥୀଙ୍କୁ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଏହାର ପ୍ରଭାବ ଅଗାମୀ ଦିନରେ ଏହି ବିଦ୍ୟାର୍ଥୀ ଯେବେ ନବମ, ଦଶମ ଶ୍ରେଣୀକୁ ଯିବେ ସେମାନଙ୍କ ଜ୍ଞାନ ଆହରଣର ସ୍ଥିତି କିଭଳି ଥିବା ତାହା ସହଜେ ଅନୁମେୟ ।

ସବୁଠାରୁ ବଡ ବିଡ଼ମ୍ବନା ହେଲା ଏହି ସ୍କୁଲର ସଂପ୍ରତି ନବମ,ଦଶମ ଶ୍ରେଣୀର ପିଲାଙ୍କୁ ସବୁଠାରୁ ଗୁରୁତପୂର୍ଣ୍ଣ ପାଠ ଗଣିତ, ପଦାର୍ଥ ବିଜ୍ଞାନ, ରସ।।ୟନ ବିଜ୍ଞାନ ପଢ଼ାଇବା ପାଇଁ ମଧ୍ୟ ଶିକ୍ଷକ ନାହାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଏହି ବିଦ୍ୟାଳୟରେ ମୋଟ ୧,୦୩୯ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବାବେଳେ ଏମାନଙ୍କୁ ପଢ଼ାଇବା ପାଇଁ କେବଳ ୨୧ ଜଣ ଶିକ୍ଷକ ରହିଛନ୍ତି । ଫଳରେ କେତେ ମାନସିକ ଚାପରେ ଶିକ୍ଷକ ରହୁଥିବେ ଆଉ କେତେ ଉନ୍ନତ ମାନର ଶିକ୍ଷା ବିଦ୍ୟାର୍ଥୀ ପାଉଛନ୍ତି ତାହା ଜଳଜଳ ଭାବେ ଦେଖାଯାଉଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ବାରମ୍ବାର ଗଣମାଧ୍ୟମକୁ ଶିକ୍ଷକ ନିଯୁକ୍ତି ନେଇ ସୂଚନା ଦେଉଛନ୍ତି, ବାସ୍ତବ ସ୍ଥିତି ଅନ୍ୟ କିଛି ବୟାନ କରୁଥିବା ନେଇ ସ୍ପଷ୍ଟ ହୋଇଛି । ପ୍ରକାଶଯୋଗ୍ୟ ଯେ ବ୍ରହ୍ମପୁର ସହରର ସିଟି ହାଇସ୍କୁଲ ସହ ଲକ୍ଷାଧିକ ନାଗରିକଙ୍କ ଭାବାବେଗ ଯୋଡ଼ିହୋଇ ରହିଛି । ଯଦି ସରକାର ଏଭଳି ବିଦ୍ୟାଳୟରେ ଶିକ୍ଷକ ଯୋଗାଇପାରୁନାହାନ୍ତି ତେବେ ଜିଲ୍ଲାର ଅନ୍ୟ ଶତାଧିକ ବିଦ୍ୟାଳୟର ସ୍ଥିତି କହିଲେ ନ ସରେ । ସଂପ୍ରତି ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking