26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି : ସେନାଧ୍ୟକ୍ଷ ନାରାଓ୍ଵାଣେ

ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି : ସେନାଧ୍ୟକ୍ଷ ନାରାଓ୍ଵାଣେ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଭିତରେ ସ୍ଥଳ ସେନା ମୁଖ୍ୟ ଏମଏମ ନରୱାଣେ ଲଦାଖର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ସ୍ଥିତି ଅନୂଧ୍ୟାନ କରିବା ପରେ ସେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୀମାରେ ଯଥାସ୍ଥିତିକୁ ବଜାୟ ରଖାଯିବ । ସୀମା ସୁରକ୍ଷା ନେଇ ବହୁ ପଦକ୍ଷେପ ନିଆଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛନ୍ତି । ଆମର ଯବାନଙ୍କୁ ନେଇ ଦେଶ ଗର୍ବିତ ବୋଲି ସେନାମୁଖ୍ୟ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଲେହରେ ପହଞ୍ଚିବା ପରେ ସେ ବିଭିନ୍ନ ଫରଓ୍ଵାର୍ଡ ପୋଷ୍ଟ ପରିଦର୍ଶନ କରିଥିଲେ । ଏହା ସହିତ ଅଫିସର ଓ ଜେସିଓମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏଲଏସିରେ ସ୍ଥିତି ଗତ ୨-୩ ମାସ ହେଲା ଉତ୍ତେଜନାପୂର୍ଣ୍ଣ ରହିଛି । କିନ୍ତୁ ଆମ ଯବାନ ମାନେ ଉତ୍ସାହିତ ଅଛନ୍ତି ଓ ସବୁପ୍ରକାରର ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ ଦେଶକୁ ଗର୍ବିତ କରିବେ ବୋଲି ସେ କହିଛନ୍ତି ।ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ଏପରି ଉଦ୍ୟମ ଜାରି ରହିବ । କିନ୍ତୁ ଜାତୀୟ ସ୍ୱାର୍ଥର ସୁରକ୍ଷା କରାଯିବା ସହ ସ୍ଥିତାବସ୍ଥା ବଜାୟ ରଖାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking