31.1 C
Bhubaneswar
Tuesday, April 23, 2024
Homeଓଡିଶାଆନ୍ଧ୍ରପ୍ରଦେଶରୁ ଝାଡ଼ଖଣ୍ଡ ସାଇକେଲରେ ଫେରୁଛନ୍ତି ୧୫ ଶ୍ରମିକ

ଆନ୍ଧ୍ରପ୍ରଦେଶରୁ ଝାଡ଼ଖଣ୍ଡ ସାଇକେଲରେ ଫେରୁଛନ୍ତି ୧୫ ଶ୍ରମିକ

ଫୁଲବାଣୀ : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ୍ ହୋଇଯିବା ପରେ ସମସ୍ତ କାମଧନ୍ଦା ବନ୍ଦ ହୋଇଯାଇଛି । ଏଥିଯୋଗୁଁ ଶ୍ରମିକମାନେ କାମ ଧନ୍ଦା ପାଉନାହନ୍ତି । ଫଳରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଲୋକମାନେ ନିଜ ନିଜ ରାଜ୍ୟକୁ ଫେରି ଯାଉଛନ୍ତି । ତେବେ ଯାନବାହନ ଚଳାଚଳ ହେଉନଥିବାରୁ ଶ୍ରମିକମାନେ କିଏ ସାଇକେଲରେ ତ କିଏ ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ସେହିପରି ଆଜି ଝାଡ଼ଖଣ୍ଡ ରାଜ୍ୟର ୧୫ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ସାଇକେଲ ଯୋଗେ ଫୁଲବାଣୀ ଦେଇ ନିଜ ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳିଥିଲା । ସେମାନେ ବିଶାଖାପାଟଣାର ଏକ ବିଲ୍ଡର କମ୍ପାନୀରେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଲକଡାଉନ୍ ଯୋଗୁଁ କାମ ବନ୍ଦ ହୋଇଯାଇଥିବା ବେଳେ କମ୍ପାନୀ ସେମାନଙ୍କୁ ଖାଇବାକୁ ଦେଇନଥିଲା । ସେମାନଙ୍କ ନିକଟରେ ଥିବା ଅର୍ଥ ସରି ସରି ଆସୁଥିବା ବେଳେ ପରିସ୍ଥିତି ଖରାପ ହେଉଥିବା ଦେଖି ପାଖରେ ବଳକା ରହିଥିବା ଅର୍ଥରେ ସାଇକେଲ କିଣି ଗ୍ରାମକୁ ଫେରିଯିବାକୁ ବାହାରିଛନ୍ତି । ୬ ଦିନ ତଳେ ସେମାନେ ବିଶାଖାପାଟଣାରୁ ବାହାରି ଆଜି ଆସି ଫୁଲବାଣୀ ପହଞ୍ଚିଥିଲେ । ହୋଟେଲ, ଢାବା ବନ୍ଦ ଥିବାରୁ ଖାଦ୍ୟ ପାଉନାହନ୍ତି ଏବଂ ରାସ୍ତାରେ ସେମାନେ ପାଉରୁଟି, ବିସ୍କୁଟ ଖାଉଛନ୍ତି । ଏଠାରୁ ସେମାନଙ୍କ ଗ୍ରାମ ଆହୁରି ୬୦୦ କି.ମି ଦୂର ହୋଇଥିବା ବେଳେ ଆହୁରି ୭ରୁ ୮ ଦିନ ଲାଗିବ ବୋଲି କହିଛନ୍ତି । ତେବେ ଓଡ଼ିଶା ସରକାର ସେମାନଙ୍କୁ ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ଯଦି କୌଣସି ଗାଡ଼ିରେ ଛାଡ଼ି ଦିଅନ୍ତେ ତେବେ ସେମାନେ କୃତଜ୍ଞ ରହନ୍ତେ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking