26.1 C
Bhubaneswar
Friday, March 29, 2024
Homeଓଡିଶାମାନବିକତା ଦେଖାଇଲେ ସ୍ୱେଚ୍ଛାସେବୀ : ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକମାନଙ୍କୁ ସହାୟତା କଲେ

ମାନବିକତା ଦେଖାଇଲେ ସ୍ୱେଚ୍ଛାସେବୀ : ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକମାନଙ୍କୁ ସହାୟତା କଲେ

ଆଗରପଡ଼ା : ଧାମରାରୁ ଠାକୁରମୁଣ୍ଡା ଅଭିମୁଖେ ଚାଲି ଚାଲି ଯାଉଥିବା ଶ୍ରମିକମାନଙ୍କୁ ସହାୟତା କରି ମାନବିକତାର ପରିଚୟ ଦେଇଛନ୍ତି ବନ୍ତ ଅଞ୍ଚଳର କେତେଜଣ ସ୍ୱେଚ୍ଛାସେବୀ । ଠାକୁରମୁଣ୍ଡା ବ୍ଲକ୍ ତାଳପଦା ପଞ୍ଚାୟତର ୬ ଜଣ ଏବଂ ଝୁମ୍ପୁରା ବ୍ଲକ୍ ଉକୁଣ୍ଡା ପଞ୍ଚାୟତର ୬ ଜଣ ଶ୍ରମିକ ଧାମରାର ଭାରତ ସଞ୍ଚାର ନିଗମ ଲିଃ.ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ଦୀର୍ଘଦିନ ଧରି ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିଲେ । ଏହାରି ମଧ୍ୟରେ ଜଣେ ଗର୍ଭବତୀଙ୍କ ସମେତ କେତେ ଜଣ ଶ୍ରମିକଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସେହିପରି ଶ୍ରମିକମାନଙ୍କ ଘରେ ପରିବାର ସଦସ୍ୟଙ୍କ ଦେହ ଅସୁସ୍ଥ ଖବର ପାଇଥିଲେ । ଏସବୁ ସମସ୍ୟା ଭିତରେ ଆଉ ଅଧିକ ଦିନ ସେଠାରେ ରହି ନପାରି ବାଧ୍ୟହୋଇ ଧାମରାରୁ ଚାଲି ଚାଲି ଘରକୁ ଫେରୁଥିଲେ । ବୁଧବାର ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ବ୍ଲକ୍ ଛକଠାରେ ସେମାନେ ପହଞ୍ôଚବା ପରେ ସେଠାରେ ତାଙ୍କୁ ବନ୍ତସ୍ଥିତ ଶାନ୍ତି ୟୁଥ୍ କ୍ଲବ୍‌ର ସଭ୍ୟ ଆଶିଷ ଚକ୍ରବର୍ତ୍ତୀ ପ୍ରଥମେ ଭେଟିଥିଲେ । ସେମାନେ କ୍ଲାନ୍ତ ଏବଂ ଭୋକିଲା ଥିଲେ । ପରେ ୟୁଥ୍ କ୍ଲବର ସଭ୍ୟ କାହ୍ନା ନାୟକ, ଜ୍ୟୋତି ରଞ୍ଜନ ନାୟକ, ପ୍ରକାଶ ଜେନା, ବିଶ୍ୱଜିତ୍ ନାୟକ ପ୍ରମୁଖ ସେଠାରେ ପହଞ୍ôଚ ସେମାନଙ୍କୁ ଗ୍ଲୁକୋଜ୍‌, ଚୂଡା ଓ ବିସ୍କୁଟ୍ ଖାଇବାକୁ ଦେଇଥିଲେ । ଏ ସମ୍ପର୍କରେ ବିଡିଓଙ୍କ ଜଣାଇବା ପରେ ବ୍ଲକ୍ ପ୍ରଶାସନ ତରଫରୁ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ୟୁଥ୍ କ୍ଲବର ସଭ୍ୟମାନେ ନିଜସ୍ୱ ଅର୍ଥରେ ଏକ ଗାଡ଼ିର ବ୍ୟବସ୍ଥା କରିଥିଲେ । ଏ ନେଇ ବ୍ଲକ୍ ପ୍ରଶାସନକୁ ଜଣାଇବା ପରେ ବିଡିଓ ରେବେକା ବିଲୁଙ୍ଗ ଠାକୁରମୁଣ୍ଡା ବିଡିଓଙ୍କ ସହ ପରାମର୍ଶ କରି ଗାଡ଼ି ପାଇଁ ଅନୁମତି ପତ୍ର ଦେଇଥିଲେ । ଉକ୍ତ ଗାଡିରେ ଶ୍ରମିକମାନେ ନିଜ ଘରକୁ ଫେରିଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking