34.1 C
Bhubaneswar
Friday, March 29, 2024
Homeଓଡିଶା୪ମାସ ପରେ ବି ଶ୍ରମିକ ଙ୍କୁ ମିଳି ନାହିଁ ମନେରେଗା ଟଙ୍କା

୪ମାସ ପରେ ବି ଶ୍ରମିକ ଙ୍କୁ ମିଳି ନାହିଁ ମନେରେଗା ଟଙ୍କା

କଳାହାଣ୍ଡି: କରୋନା କାଳ ରେ କାମ ଧନ୍ଦା ଏକ ପ୍ରକାର ଠପ ପଡିଥିବା ବେଳେ ସାଧାରଣ ଗରିବ ଲୋକ ନାଇ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି।ଏପରି ସ୍ଥଳେ ସରକାର ଙ୍କ ମନେରେଗା ଯୋଜନା ମାଧ୍ୟମରେ ଶ୍ରମିକ ମାନେ ନିୟୋଜିତ ହୋଇ ନିଜ ପରିବାର ପ୍ରତିପୋଷଣ ଆଶା ବାଦୀ କରାଯାଇଥିଲେ ହିଁ ତାହା ବି ବିଫଳ ହୋଇଥିବା ନଜର କୁ ଆସିଛି।ଯାହାର ଉଦାହରଣ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧଅରପୁର ପଞ୍ଚାୟତ ଭାଲୁଚୁଆ ରେ ଦେଖିବାକୁ ମିଳିଛି।ଏହି ଗ୍ରାମ ର ଗରିବ ଶ୍ରମିକମାନେ ଜଙ୍ଗଲ ବିଭାଗ ମାଧ୍ୟମରେ ହୋଇଥିବା ମନେରେଗା କାର୍ଯ୍ୟ କରି ୪ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ପାଇଁ ନ ଥିବା ଅଭିଯୋଗ କରିଛନ୍ତି।ସାଜଖୋଲ ସଂରକ୍ଷଣଜଙ୍ଗଲ ଧଅରପୁର ବିଟ ରେ ଗତ ୪ମାସ ତଳେ ଫିଲଡ଼ବଲଡିଂ କାମ ଆରମ୍ଭ ହୋଇଥିଲା।ଏଥିରେ ୨୨ଜଣ ଶ୍ରମିକନିୟୋଜିତ ହୋଇ ୬ଦିନ କାମ କରିଥିଲେ। ତାହା ବି ଦିନ ମଜୁରୀ ଭାବେ।ତେବେ ହାତ ଗଣତି ୪-୫,ଜଣ ଙ୍କ ଜମା ଖାତା ଟଙ୍କା ଆସିଥିବା ବେଳେ ବାକିତକ କାହାରି ଜମାଖାତା ରେ ଆଜିଯାଏ ଟଙ୍କା ଆସି ନ ଥିବା ସମସ୍ତ ଙ୍କୁ ବିସ୍ମୟ କରିଛି। ଏନେଇ ସମ୍ପୃକ୍ତ ବିଭାଗ କର୍ମଚାରୀ ଙ୍କୁ ଶ୍ରମିକମାନେ ପଚାରି ବୁଝିଲେ ଲାଳିଆଖି ଦେଖାଉଥିବା ଓ ଗାଳିଗୁରଜ କରୁଥିବା ଅଭିଯୋଗ ହୁଏ।ତେବେ କରୋନା ପରିସ୍ଥିତି ରେ ଲୋକେ ଅନାଟନ ଭିତରେ ଛନ୍ଦି ପଡିଥିବା ବେଳେ ନିଜ ପାରିଶ୍ରମିକ ଟଙ୍କା ପାଉ ନ ଥିବା ନେଇ ଲୋକଙ୍କ ଭିତରେ ଉଦବେଗ ପ୍ରକାଶ ପାଇଛି।ଗୋଟାଏ ପଟେ ମନେରେଗା ଯୋଜନା ରେ ୭-୧୫ଦିନ ମଧ୍ୟରେ ଶ୍ରମିକଙ୍କ ପାରିଶ୍ରମିକ ଟଙ୍କା ଜମା ହେବା ବ୍ୟବସ୍ଥା ଥିବାବେଳେ କି ପରି ୪ମାସ ପରେ ବି ଟଙ୍କା ପାଇଁ ନାହାନ୍ତି ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଜଙ୍ଗଲ ବିଭାଗର ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଶ୍ରମିକ ମାନେ ଟଙ୍କା ପାଇବାରେ ବଞ୍ଚିତ ହୋଇଥିବା ସାଧାରଣ ରେ ଚର୍ଚ୍ଚା ହୁଏ।ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଉଚ୍ଚ ପଦାଧିକାରୀ ଙ୍କ ନିକଟରେ ଅଭିଯୋଗ କରିବା ସହ ଆନ୍ଦୋଳନ କରିବାକୁ ଶ୍ରମିକ ଗୁଞ୍ଜନ କାଣ୍ଡ,ଯଶୋବନ୍ତି କାଣ୍ଡ,,ରେସିଙ୍ଘ ଜାଲ,ଲୋଚନ ଜାଲ,ଚତୁର ଜାଲ,ଜିତେନ ଜାଲ,କବି ବାରିକ,ଗୌତମ ବାଗ ପ୍ରମୁଖ ପ୍ରକାଶ କରିଛନ୍ତି।ଏନେଇ ବେହେରା ଫରେଷ୍ଟର ଫାଲଗୁନି ମେହେର ଙ୍କୁ ପଚାରିବାରୁ ଗାଁ କୁ ଯାଇ ତଦନ୍ତ କରି ଟଙ୍କା ଜମା କରାଯିବା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।ଅନ୍ୟପଟେ ଗରିବ ଶ୍ରମିକ ମାନଙ୍କ ଟଙ୍କା ଯଥା ଶୀଘ୍ର ଦିଆ ନ ଗଲେ ଦଣ୍ଡପାଟ ବିକାଶ ମଞ୍ଚ ବାଧ୍ୟ ହୋଇ ରାଜରାସ୍ତାକୁ ଅହ୍ଲାଇବ ବୋଲି ଚେତାବନୀ ଦେଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking