26.7 C
Bhubaneswar
Friday, April 19, 2024
Homeଓଡିଶାତେଲେଙ୍ଗାନାରେ ୫୦ଦାଦନ ଶ୍ରମିକ ନିର୍ଯାତିତ

ତେଲେଙ୍ଗାନାରେ ୫୦ଦାଦନ ଶ୍ରମିକ ନିର୍ଯାତିତ

ନୂଆପଡା : ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଲକଡାଉନରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ୫୦ରୁ ଅଧିକ ଶ୍ରମିକ ଅଟକି ରହିଛନ୍ତି । ଏବେ କାମଧନ୍ଦା ବନ୍ଦ ହୋଇଥିବାରୁ ସେମାନେ ଭୋକ ଉପାସରେ ପଡିରହିଛନ୍ତି । ଅନ୍ୟପଟେ ଇଟାଭାଟି ମାଲିକ ଶ୍ରମିକଙ୍କୁ ତାଙ୍କ ଗାଁକୁ ପଠାଇ ଦେଉନାହିଁ । ଓଲଟା ନିର୍ଯାତନା ଦେଉଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପାଖେ ଗୁହାରୀ କରିଛନ୍ତି ।
ଗତ ଅକ୍ଟୋବର ମାସରେ କୋମନା ବ୍ଲକ୍ କୁଞ୍ଜଲପଡ଼ା, ବାବେଘାଟି, ଖମବାହୀ, ଗୋଇଜୋର, ଦେଓଦର୍ହା ଭଳି ଗାଁ’ର ଶ୍ରମିକମାନେ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ । ୟାଦାଦ୍ରୀ ଜିଲ୍ଲା ରାମାରାମ ବ୍ଲକ୍ ଚିକେଟମାମଲି ପଞ୍ଚାୟତ ୱାଲାତାଣ୍ଡା ଗାଁର ନରସିମ୍ମା ନାୟକ ନାମକ ମାଲିକଙ୍କ ଇଟାଭାଟିରେ କାମ କରୁଛନ୍ତି । ଲକଡାଉନ ଯୋଗୁଁ କୋମନା ଥାନା କୁଂଲପଡାର ୨ ପରିବାରରେ ୧୦ ଜଣ, ବାବେଘାଟି ଗାଁର ଗୋଟିଏ ପରିବାରରେ ୫ ଜଣ, ଖମବାହୀ ଗାଁର ୬ ଟି ପରିବାରର ୨୫ ଜଣ, ଗୋଇଜୋର ଗାଁ’ର ୩ ଜଣ, ଦେଓଦର୍ହା ଗାଁର ୫ ଜଣ, ଭାଲୁକୋନା ଗାଁର ଗୋଟିଏ ପରିବାର, ବୋଡେନ ଥାନା ନାଗପଡା ପଞ୍ଚାୟତ ଖୋଲି ଭିତର ଗାଁର ୩ ଜଣ ଶ୍ରମିକ ସମେତ ମୋଟ ୫୦ରୁ ଅଧିକ ଫସି ରହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ତୁରନ୍ତ ଉକ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରମିକମାନେ ନିବେଦନ କରିଛନ୍ତି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀଙ୍କୁ ପଚାରିବାରୁ ପଞ୍ଜିିକୃତ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି । ଯଦି ସେମାନେ ପଞ୍ଚାୟତରେ ପଞ୍ଜିକରଣ କରିଛନ୍ତି ତେବେ ପର୍ଯ୍ୟାୟକ୍ରମେ ଅଣାଯିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking