ଶ୍ରମିକଙ୍କୁ କରୋନା ଦେଲା କରୁଣ ଦୁଃଖ : ଭିଟାମାଟିକୁ ସାଇକେଲରେ ଫେରୁଛନ୍ତି ୯ ଶ୍ରମିକ

ପାଟଣା : ଶ୍ରମିକମାନଙ୍କୁ କରୋନା ଦେଇଛି କରୁଣ ଦୁଃଖ । ଯାଜପୁର ଡୁବୁରୀ ସ୍ଥିତ ଟାଟା ଷ୍ଟିଲରେ ଶ୍ରମିକ ଭାବେ କାମ କରୁଥିବା ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ୯ ଜଣ ଶ୍ରମିକ ସାଇକେଲ ଯୋଗେ ଯାଜପୁରରୁ ବାହାରି ନିଜ ଭିଟାମାଟିକୁ ସାଇକେଲ ଯୋଗେ ଫେରୁଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ରାଜପଥ ଟଭାସରୁଆ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ୯ ଜଣ ଶ୍ରମିକ ସାଇକେଲରେ ଆସି ପହଞ୍ଚିଛନ୍ତି । ଏମାନେ ସବୁ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ବୋଲି ଜଣା ପଡ଼ିଛି । ଏମାନେ ୩୫୦ କି.ମି ଯାତ୍ରା କରିବା ପରେ ନିଜ ଭିଟାମାଟିରେ ପହଞ୍ଚିବାର ଲକ୍ଷ ରଖିଛନ୍ତି । ଏହି ଶ୍ରମିକମାନେ ଜଣେ ଠିକାଦାରଙ୍କ ଅଧୀନରେ ଡୁବୁରୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ୫ମାସ ହେଲା କାମ କରୁଥିଲେ । କରୋନା ଯୋଗୁଁ ଦେଶ ଲକଡାଉନ ଆଉ ଫ୍ୟାକ୍ଟ୍ରି ବନ୍ଦ ଥିବା ଯୋଗୁଁ ଏହି ଶ୍ରମିକମାନେ ଡୁବୁରୀରେ ୧୪ ଦିନ କ୍ୱାରେଣ୍ଟଆଇନରେ ରହିବା ପରେ ଗୁରୁବାର ରାତି ୩ଟାରୁ ସାଇକେଲରେ ବାହାରିଛନ୍ତି । ସମସ୍ତଙ୍କୁ ୪ ହଜାର ୧ ଶହ ଟଙ୍କା ଦେଇ ଗୋଟିଏ ଲେଖାଏଁ ସାଇକେଲ କିଣିବାକୁ ପଡିଥିଲା । ଦିନ ତମାମ କେବଳ ଶୁଖିଲା ବିସ୍କୁଟ ଖାଇ ଏମାନେ ନିଜ ଭିଟା ମାଟିରେ ପହଞ୍ଚିବା ଲକ୍ଷରେ ବାହାରିଛନ୍ତି ।
https://onakhabar.com/2020/05/02/engineering-college-will-open-from-july-1st/