ସୁକିନ୍ଦାଖଣି ଉପତ୍ୟକାର ଖଣିଲିଜ ପୁରି ଯାଉଥିବାରୁ୫୦୦୦ ଶ୍ରମିକ ଆତଙ୍କିତ

 
ଯାଜପୁର(ଓଏନଏ):ସୁକିନ୍ଦା ଖଣି ଉପତ୍ୟକାରେ ତିନୋଟି ଖଣି ଲିଜ ଅବଦ୍ଧି ଶେଷ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୩୧ରିଖରେ ଖଣିଳିଜ ଶେଷ ହେବ । ଖରି ଲିଜ ମିଳିବକି ନାହିଁ ଶ୍ରମିକ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି । ଏହି ତିନୋଟି ଖଣିରେ ୫୦୦୦ରୁ ୁର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟକରି ପେଟ ପଷୁଛନ୍ତି । ରାଜ୍ୟ ସରକାରଙ୍କ ଖରି ଆଇନ ଅନୁଯାୟୀ ତିନୋଟି ଖଣି ସେମାନଙ୍କର ଲିଜ କାଗଜ ପତ୍ର ପ୍ରଦାନ କରିପାରିଲେ ଖଣି ଲିଜ ମିଳିବ । ଖଣି ଲିଜ ନମିଳିଲେ ୫୦୦୦ରୁ ୁର୍ଦ୍ଧ୍ୱ ଶ୍ରମିକ ଦାନାପାଣି ହରାଇବେ । ଖଣି ଶ୍ରମିକ ମାନେ ଏଥିନେଇ ଚିନ୍ତାଗ୍ରସ୍ତ ହୋଇଛନ୍ତି । ,ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ଅବଗତ କରିଛନ୍ତି । ଶ୍ରୀ ଘଡାଇ ଖଣି ଅଂଚଳ ଗସ୍ତ କରି ଶ୍ରମିକ ମାନଙ୍କ  ସମସ୍ୟାକୁ ଉପଲବ୍ôଧ କରି ଏସମ୍ପର୍କରେ ରାଜ୍ୟ ସରକାର ଦ୍ୟଷ୍ଟାନ୍ତ ପଦକ୍ଷେପ ନେବା ପାଇଁ ଶ୍ରମିକ ସଂଗଠନକୁ ଆଶ୍ୱସନା ଦେଇଛନ୍ତି । ଲିଜ ଶେଷ ହେୁଥିବା ଖଣି ଗୁଡିକ ହେଲା ସାରୁଆବିଲ ଥିବା ମିଶ୍ରିଲାଲ କମ୍ପାନୀ ,କମର୍ଦ୍ଦା ବିଶି ମହାନ୍ତି ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ ଓ କଳରଙ୍ଗୀଅତା ଟାଟା ଷ୍ଟିଲ କମ୍ପାନୀର ଲିଜ ଅଭଦ୍ଧି ସରୁଅଛି । ପ୍ରାୟ ଏକରୁ ଦୁଇ ମାସ ପର୍ଯ୍ୟନ୍ତ ଦର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର ,ପ୍ରଭାତ ରଂଜନ ପ୍ରଧାନ, ଭରତ ଚନ୍ଦ୍ର ମହାନ୍ତ, ଭଗବତି ମହାନ୍ତଙ୍କ ସମେତ ସମସ୍ତ ଶ୍ରମିକ ସଂଘ ବ୍ରାଂଚ କମିଟି ସଦସ୍ୟ ଓ ସମସ୍ତ ଶ୍ରମିକ ଉପସ୍ଥିତ ଥିଲେ ।