29.1 C
Bhubaneswar
Friday, April 26, 2024
Homeଓଡିଶାଦାଦନ ସମସ୍ୟା ସମାଧାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ଦାଦନ ସମସ୍ୟା ସମାଧାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗୀର (ଦେବାଶିଷ ମିଶ୍ର) : ରାଜ୍ୟରେ ଦାଦନ ସମସ୍ୟା ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିଶେଷ କରି ରାଜ୍ୟର ୪ ଜିଲ୍ଲାରେ ଲୋକକଳା ମାଧ୍ୟମରେ ଦାଦନ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଚାରୋଟି ଜିଲ୍ଲା ମଧ୍ୟରେ ଦାଦନ ପ୍ରବଣ ବଲାଙ୍ଗୀର ହେଉଛି ଅନ୍ୟତମ ଜିଲ୍ଲା । ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଏହି ଯୋଜନା କରାଯାଇଥିବା ବେଳେ ଏହାର କାର୍ଯ୍ୟନ୍ୱୟନ ପାଇଁ ଓଡିଶା ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା କଳା ଓ ସଂସ୍କୃତି ସଂଘକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଯୋଜନାର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ବେଳେ ଆଜି ବଲାଙ୍ଗୀରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ବଲାଙ୍ଗୀରରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ ଉଦ୍‌ଘାଟନ କରିଥିଲେ । କଳାକାରମାନ ଦ୍ୱାରା ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଦାଦନ ସମସ୍ୟା ନିଶ୍ଚିତ ଭାବେ କମିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ । ଆମେ ସମସ୍ତେ ହୃଦୟତାର ସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ କରିବା ଆବଷ୍ୟକ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶତପଥି କହିଥିଲେ । ଅନ୍ୟତମ ଅତିଥି ତଥା ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କଳାକାରମାନେ ମନ ପ୍ରାଣ ଦେଇ କାମ କରିବେ ଓ ଜିଲ୍ଲାର ଅପବାଦ ଭାବେ ଦେଖା ଦେଇଥିବା ଦାଦନ ସମସ୍ୟା ଦୁର କରିବାରେ ସହାୟକ ହେବେ ବୋଲି କହିଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ୧୬ ଟି ସାଂସ୍କୃତିକ ଦଳ ସେମାନେ ପ୍ରସ୍ତୁତ କରିଥିବା ସଚେତନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମର ନମୁନା ପରିବେଷଣ କରିଥିଲେ । ଆସନ୍ତା କାଲି ଠାରୁ ଏହି ଦଳମାନେ ସେମାନଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ଗାଁକୁ ଯାଇ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଜିଲ୍ଲାର ୬ ଗୋଟି ବ୍ଲକର ୮୨୩ ଗୋଟି ରାଜସ୍ୱ ଗ୍ରାମରେ କଳାକାରମାନେ ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରିବେ । ଜିଲ୍ଲାର ୩୮ ଟି ସାଂସ୍କୃତିକ ଦଳ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଓ ୨୧ ମଧ୍ୟରେ କାର୍ଯ୍ୟକ୍ରମ ସମ୍ପୁର୍ଣ୍ଣ କରିବେ ବୋଲି ସଂସ୍କୃତି ଅଧିକାରୀ ଶ୍ରୀ ଶତପଥି ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking