30.1 C
Bhubaneswar
Thursday, April 25, 2024
Homeଓଡିଶାଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରେ ଦାଦନ ଶ୍ରମିକ ଙ୍କ ଶବ ଫେରିବା ଘଟଣା ଥମିବା ର ନା ନେଉନ ଥିବା ବେଳେ ପୁଣି ଜଣେ ଦାଦନଶ୍ରମିକ ର ମୃତ ଶବ ଗାଁ କୁ ଫେରିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମ ର କୁଶଧର ସତନାମୀ ପଡୋଶୀ ଆନ୍ଦ୍ରପ୍ରଦେଶ ର ବିଶାଖାପାଟଣା ଆଛିତାପୁରମ ରେ ଥିବା ଏକ ଠିକାସଂସ୍ଥା ରେ ୨ ବର୍ଷ ହେବ ମେକାନିକ ଭାବେ କାମ କରୁଥିଲେ ଗତ ମଙ୍ଗଳବାର ଦିନ ଟାୱାର ରେ କାମ କରୁଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ୨ ଜଣ ଶ୍ରମିକ ୨୦୦ ଫୁଟ ଉଚ୍ଚ ରୁ ପଡି ଘଟଣାସ୍ଥଳ ରେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟ ଜଣେ ଶ୍ରମିକ ବିହାର ରାଜ୍ୟ ର ବୋଲି ଜଣାପଡିଛି । କମ୍ପାନୀ ତରଫରୁ ଶ୍ରମିକ ଙ୍କ ମୃତଦେହ କୁ ଏକ ଆମୁଲେନ୍ସ ରେ ଶବ ଟେମରା ଆଣି ଛାଡିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ରୋଜଗାରକ୍ଷମ ବ୍ୟକ୍ତିକୁ ହରାଇ ପରିବାର ଭାଙ୍ଗିପଡିଛି ।
https://onakhabar.com/2020/01/16/murder-93/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking