32.1 C
Bhubaneswar
Thursday, March 28, 2024
Homeଓଡିଶାଶ୍ରମମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଯୋଜନାରୁ ବଞ୍ଚିତ ବହୁ ଶ୍ରମିକ

ଶ୍ରମମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଯୋଜନାରୁ ବଞ୍ଚିତ ବହୁ ଶ୍ରମିକ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ମଙ୍ଗଳ ପାଇଁ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି । ବହୁ କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି, କିନ୍ତୁ ଶ୍ରମ ବିଭାଗ ପକ୍ଷରୁ ସଠିକ ପଦକ୍ଷେପ ନିଆଯାଉ ନଥିବାରୁ ସଂଖ୍ୟାଧିକ ଶ୍ରମିକ ଯୋଜନାରୁ ବଞ୍ôଚତ ହେଉଛନ୍ତି । ଏ ନେଇ ଶ୍ରମିକ ମାନେ ବାରମ୍ବାର ଜନ ପ୍ରତିନିଧି ମାନଙ୍କୁ ଦୌଡ଼ି ଦୁଃଖ ଶୁଣାଉଛନ୍ତି । ମୁଖ୍ୟତଃ ଶ୍ରମିକଙ୍କ ପଞ୍ଜିକରଣ, ଲାଇସେନ୍ସର ନବୀକରଣରେ ଅହେତୁକ ବିଳମ୍ବ ହେଉଥିବାରୁ ଯୋଜନାର ସୁଫଳ ମିଳିପାରୁନାହିଁ ।

ଏହା ବ୍ୟତୀତ ଶ୍ରମ ବିଭାଗ ପକ୍ଷରୁ ଅସଂଗଠିତ, ସଂଗଠିତ ଶ୍ରମିକ ଆଳରେ ବହୁ ଶ୍ରମିକଙ୍କୁ ଯୋଜନାରୁ ବାଦ କରାଯାଉଛି ବୋଲି ଜିଲ୍ଲାର ବିଧାୟକ, ସାଂସଦ ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆଜି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାରେ ଶ୍ରମ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଯୋଗ ଦେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଏହି ପରିପ୍ରେକ୍ଷୀରେ ଉଦ୍‌ବେଗ ପ୍ରକାଶ କରିଥିଲେ । କରୋନା ପରେ ଶ୍ରମିକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଛି ।

ଅନ୍ୟ ପକ୍ଷରେ ଶ୍ରମ ବିଭାଗ ସଠିକ ଭାବେ ସେବା ଯୋଗାଇପାରିନଥିବାରୁ ଦଲାଲ ମାନେ ସକ୍ରିୟ ହୋଇ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି ବୋଲି ଏଠାରେ ଅଭିଯୋଗ ହୋଇଛି । ଶ୍ରମିକଙ୍କ ନାମ ପଞ୍ଜିକରଣ, ଲାଇସେନ୍ସର ନବୀକରଣ ଆଦି କାର୍ଯ୍ୟ ଅନଲାଇନରେ କରାଯାଇଥିବାରୁ ବହୁସଂଖ୍ୟକ ଅଶିକ୍ଷିତ ଶ୍ରମିକ ନିଜର ନାମ ପଞ୍ଜିକରଣ କରିବାରେ ଅସଫଳ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲାର ଶ୍ରମ ବିଭାଗର କାର୍ଯ୍ୟାଳାୟରେ କର୍ମଚାରୀଙ୍କ ଅଭାବ ଆଉ ଏକ ସମସ୍ୟା ଭାବେ ରହିଛି । ଏଥି ଯୋଗୁଁ ବିଭାଗର କାର୍ଯ୍ୟଶୈଳୀ ସନ୍ତୋଷଜନକ ନୁହେଁ ବୋଲି ଛତ୍ରପୁର ବିଧାୟକ ସୁବାଷ ବେହେରା ଅଭିଯୋଗ କରିଛନ୍ତି ।

ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ବ୍ରହ୍ମପୁର ସହରରେ ବହୁ ଶ୍ରମିକଙ୍କୁ ଚିହ୍ନଟ କରିବାରେ ଶ୍ରମ ବିଭାଗ ଅସଂଗଠିତ ଶ୍ରମିକ କହି ଯୋଜନାରୁ ବାଦ ଦେଉଛି । ଏହି ପରିପ୍ରେକ୍ଷୀରେ ସ୍ପଷ୍ଟତା ରହୁନଥିବାରୁ ବହୁ ଶ୍ରମିକ ଯୋଜନାର ସୁଫଳ ପାଇବାରୁ ବଞ୍ôଚତ ହେଉଛନ୍ତି ବୋଲି ଶ୍ରୀପଣ୍ଡା କହିଛନ୍ତି । ଅନୁରୁପ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦେଶରେ ବୈଠକରେ ଉପସ୍ଥିତ ଯୁଗ୍ମ ଶ୍ରମ କମିଶନର ଦିପ୍ତି ରଞ୍ଜନ ମହାନ୍ତି କହିଛନ୍ତି ଯେ ଶ୍ରମ ବିଭାଗର ପୋର୍ଟାଲରେ କିଛି ସମସ୍ୟା ରହିଥିବାରୁ ଏଭଳି ହୋଇଛି । ତୁରନ୍ତ ଏଥିରେ ସୁଧାର ଅଣାଯିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ରହ୍ମପୁର ମହାନଗର ନିଗମର ମେୟର ମଧ୍ୟ ଅନୁରୁପ ଭାବେ କହିଛନ୍ତି ଯେ ବ୍ରହ୍ମପୁର ସହରରେ ଅନେକ ଶ୍ରମିକ ଯୋଜନାରୁ ବଞ୍ôଚତ ହେଉଛନ୍ତି । ଶ୍ରମିକ ପଞ୍ଜିକରଣ ପ୍ରକ୍ରିୟା ସରଳୀକରଣ କରିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉଚିତ ।

ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀସାହୁ ଏହି ଅବସରରେ କହିଛନ୍ତି ଯେ ଶ୍ରମିକଙ୍କ କଲ୍ୟାଣ ପାଇଁ ବ୍ୟାପକ ଅର୍ଥ ରହିଛି । ଯୋଜନାକୁ ସମସ୍ତ ଶ୍ରମିକଙ୍କ ନିକଟକୁ ପହୁଞ୍ଛାଇବା ପାଇଁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ହେଇଛନ୍ତି । ଏହି ବିଭାଗକୁ ୫ଟି ଯୋଜନାରେ ସାମିଲ କରିବା ଉଦ୍ୟମ ଜାରୀ ହୋଇଛି । ସଠିକ ଭାବେ ଶ୍ରମିକ ଚିହ୍ନଟ କରିବା ସହ ସେମାନଙ୍କ ସମସ୍ୟା ସଂପର୍କରେ ଜାଣିବା ପାଇଁ ସରକାର ରାଜ୍ୟରେ ମୋଟ ୩୧୪ ବ୍ଳକରେ ସହାୟକ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୫୦ଟି କାର୍ଯ୍ୟାଳୟ ଖୁବ୍ ଶୀଘ୍ର ଖୋଲିବ ବୋଲି ମନ୍ତ୍ରୀ ଶ୍ରୀସାହୁ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୩୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏବେ ବି ୮ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରହିଛି । ତେଣୁ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ଯୋଜନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଶୋୟୀ, ପୁର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ଉପସ୍ଥିତ ଥିଲେ । ବ୍ର୍‌ହ୍ମପୁର ଶ୍ରମ ଜିଲ୍ଲା ଅଧିକାରୀ ବାବୁଚରଣ ପାତ୍ର, ଛତ୍ରପୁର ଶ୍ରମ ଜିଲ୍ଲା ଅଧିକାରୀ ନରେନ୍ଦ୍ର କୁମାର ଗଇପଇଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking