30.1 C
Bhubaneswar
Thursday, April 25, 2024
Homeଓଡିଶାଲିଙ୍ଗ ନିରୂପଣ ଓ ଗର୍ଭପାତ ପାଇଁ ଲ୍ୟାବ ସିଲ୍ ,୨ ଅଟକ  

ଲିଙ୍ଗ ନିରୂପଣ ଓ ଗର୍ଭପାତ ପାଇଁ ଲ୍ୟାବ ସିଲ୍ ,୨ ଅଟକ  

କଟକ: ବେଆଇନ ଭାବେ ଲିଙ୍ଗ ନିରୁପଣ ଏବଂ ଗର୍ଭପାତ କରୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୁଲିସ । ନାଟକୀୟ ଢଙ୍ଗରେ  ପୁଲିସ ଏହି ରାକେଟକୁ ଠାବ ପରିବାରେ ସଫଳ ହୋଇଛି । ରାଜ୍ୟର ୧୦ଟି ଜିଲ୍ଲାକୁ ଲମ୍ବିଛି ଏହି କାରବାରର ଚେର । ମଙ୍ଗଳାବାଗ ଥାନା ଅନ୍ତର୍ଗତ କାଠଗୋଲା ଗଳିରେ ଏଭଳି ବେଆଇନ କାର୍ଯ୍ୟ କରିବା ଅଭିଯୋଗରେ ଆଲଫା ହେଲ୍‌ଥ କେୟାର ନାମକ ଏକ ଲ୍ୟାବକୁ ପୁଲିସ ସିଲ୍ କରିବା ସହିତ ଦୁଇଜଣ  କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଲ୍ୟାବର ସାଇନ ବୋର୍ଡରେ ଲେଖାଯାଇଥିବା ଡାକ୍ତର ଏଠାକୁ ଆସୁ ନ ଥିଲେ କି ଏହି ଲ୍ୟାବଟି ଚଳାଇବା ଲାଗି   ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇନଥିଲା  ବୋଲି ସୂଚନା ଦେଇଛନ୍ତି ଏଡିଏମଓ ଡାକ୍ତର ମମତା ମହାପାତ୍ର ।

ଏପରିକି ଅଲଟ୍ରାସାଉଣ୍ଡ ମେସିନ ଜରିଆରେ ଲିଙ୍ଗ ନିରୁପଣ କରୁଥିବା ପ୍ରସନ୍ନ ସାହୁ ନାମକ ଜଣେ ଯୁବକ ଏହି ଲ୍ୟାବକୁ ଚଳାଉଥିଲେ । +୨ ପାସ କରିଥିବା ପ୍ରସନ୍ନ ନିଜେ ହିଁ ଅଲଟ୍ରାସାଉଣ୍ଡ ମେସିନ ଲଗାଇ ଝିଅ କି ପୁଅ ହେବ ସେନେଇ ସୂଚନା ଦେଉଥିଲେ ।  ଏପରିକି ୧୦ଟି ଜିଲ୍ଲାରେ ଦଲାଲମାନଙ୍କ ରଖି ୩ ମାସ ଗର୍ଭଧାରଣ କରିଥିବା ମହିଳାଙ୍କୁ ଏଠାକୁ ଆଣୁଥିଲେ । ପ୍ରାୟ ଦୁଇବର୍ଷ ହେଲା ଏହି ଲ୍ୟାବଟି ଚାଲିଥିଲା ବେଳେ ବର୍ଷେ ହେବ ଏଠାରେ  ବେଆଇନ ଲିଙ୍ଗ ନିରୁପଣ ହେଉଥିବାର ଅଭିଯୋଗ ହେଉଥିଲା । ଏହି କଳା କାରନାମାକୁ ଧରିବା ପାଇଁ ପୁଲିସ ଏକ ସୁଚିନ୍ତିତ ଯୋଜନା କରିଥିଲା । ଏହି ଯୋଜନାରେ ପୁଲିସ ଜଣେ ସ୍ୱେଚ୍ଛାସେବୀ ମହିଳାଙ୍କ ସହାୟତା ନେଇଥିଲା। ସମ୍ପୃକ୍ତ ମହିଳା ଜଣକ ନିଜକୁ ଗର୍ଭବତୀ ଦର୍ଶାଇବା ସହ ତାଙ୍କ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରିବା ପାଇଁ  କହିବା ପରେ ଲ୍ୟାବର କର୍ମଚାରୀମାନେ ଏଥିପାଇଁ ୫ ହଜାର ଟଙ୍କା ଦାବି କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ଲିଙ୍ଗ ନିରୁପଣ ପରେ ଗର୍ଭସ୍ଥ ଭୃଣ କନ୍ୟା ବୋଲି ଜଣା ପଡ଼ିବା ପରେ ଗର୍ଭପାତ କରାଇବାର ବ୍ୟବସ୍ଥା ମଧ୍ୟ ଲ୍ୟାବର କର୍ମଚାରୀମାନେ କରୁଥିଲେ । କଳା କାରନାମାର ଠୋସ୍ ପ୍ରମାଣ ପାଇବା ପରେ ବାହାରେ ସାଦା ପୋଷାକରେ ଅପେକ୍ଷା କରି ରହିଥିବା ପୁଲିସ ତୁରନ୍ତ ସେଠାରେ ପହଞ୍ôଚ ଯାଇଥିଲେ । ଚଢ଼ଉ ବେଳେ ଲ୍ୟାବ କର୍ତ୍ତୃପକ୍ଷ ଏହି ଘଟଣାକୁ ସ୍ୱୀକାର କରିଥିଲା  ଏହାପରେ ପୁଲିସ  ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଖବର ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ  ଡ଼ାଇଗ୍ନୋଷ୍ଟିକ ସେଣ୍ଟରରେ ପହଞ୍ଚି ବିଭିନ୍ନ କାଗଜପତ୍ର ଓ ମେସିନ ଜବତ କରି ଯାଞ୍ଚ କରିବା ସହିତ ଉକ୍ତ ଲ୍ୟାବକୁ ସିଲ କରିଛି ।  ଲାବକୁ ସିଲ୍ କରିବା ପରେ ସଂପୃକ୍ତ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking