ପଶ୍ଚିମବଙ୍ଗରେ ବିଏମଏସ ପ୍ରଭାରୀଙ୍କୁ ଆକ୍ରମଣ ପ୍ରତିବାଦରେ କୁଶପୁତ୍ତଳିକା ଦାହ

କେନ୍ଦୁଝର: ଭାରତୀୟ ମଜଦୂର ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ଆଇନ ବିରୁଦ୍ଧରେ ଅକ୍ଟୋବର ୨୮ ତାରିଖରେ ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପଦର୍ଶନ ସମୟରେ ପଶ୍ଚିମବଙ୍ଗରେ ବିଏଏମଏସର ପ୍ରଭାରୀଙ୍କୁ ତୃଣମୂଳ କଂଗ୍ରେସ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିବାଦରେ ଆଜି କେନ୍ଦୁଝର ବିଏମଏସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକମମତା ବାନାର୍ଜୀଙ୍କ ଇସ୍ତଫା ଦାବି ସହ ତାଙ୍କ କୁଶପୁଳିକା ଦାହ କରାଯାଇଥିଲା। ଆକ୍ରମଣକାରୀ ଙ୍କୁ ତୁରନ୍ତ ଗିରଫ ନକଲେ ଦେଶବ୍ୟାପି ଆନ୍ଦୋଳନ କରିବାକୁ ବିଏମଏସ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here