27.1 C
Bhubaneswar
Friday, March 29, 2024
Homeଅପରାଧକୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ଏସଆଇଟିରେ ସାକ୍ଷ ଦେଲେ ପୀଡିତାଙ୍କ ସମ୍ପର୍କୀୟ ଭାଇ

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ଏସଆଇଟିରେ ସାକ୍ଷ ଦେଲେ ପୀଡିତାଙ୍କ ସମ୍ପର୍କୀୟ ଭାଇ

କୋରାପୁଟ : ଦୀର୍ଘ ଦିନର ବ୍ୟବଧାନ ପରେ ହାଇକୋର୍ଟ ଦ୍ୱାରା ଗଠିତ ସ୍ପେସିଆଲ୍ ଇନଭେଷ୍ଟିଗେସନ୍ ଟିମ୍‌(ଏସଆଇଟି) ଦ୍ୱାରା ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍ର୍କ୍ରମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ଗତ ୨ ତାରିଖରେ ଆରମ୍ଭ ହୋଇଥିବାବେଳେ ଶୁକ୍ରବାରଏସଆଇଟି ଅନ୍ୟ ଜଣକର ସାକ୍ଷା ଗ୍ରହଣ କରିଛି । ଦକ୍ଷିଣ-ପଶ୍ଚିମାଂଚଳ ରେଂଜ୍ ଡିଆଇଜି ଷେଫିନ ଅହମ୍ମଦ କେ , ଉତରାଂଚଳ ଡିଆଇଜି ହିମାଂଶୁ କୁମାର ଲାଲ ଓ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ନେଇ ଗଠିତ ତନି ଜଣିଆ ଟିମ୍ କୋରାପୁଟ ଏସଡବଲ୍ୟୁଆର୍ ଡିଆଇଜି ଅଫିସରେ ଶୁକ୍ରବାର ପୂର୍ବାହ୍ଣରେ ପୀଡିତାର ସମ୍ପର୍କୀୟ ଭାଇ ପପୁନ୍ ଖରାର ସାକ୍ଷ ଗ୍ରହଣ କରିଛନ୍ତି । ଏସଆଇଟି ପପୁନକୁ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପଚାରି ଥିବାବେଳେ ଉକ୍ତ ଦିନ ସେ ପୀଡିତାକୁ କେତେବେଳେ କେଉଁଠି ଦେଖିଥିଲେ ଓ ପୀଡିତା କାହା କାହା ସହ ସେହି ଦିନ ମିଶିଥିଲେ ବୋଲି ପଚାଲି ଥିଲେ । ଅନ୍ୟ ପକ୍ଷରେ ତଦନ୍ତ ବାହାନାରେ ପୁଲିସ ତାକୁ ବିଭିନ୍ନ ସମୟରେ ଡାକି ମାନସିକ ଚାପ ଦେଉଥିବା ପପୁନ୍ ଅଭିଯୋଗ କରିଛନ୍ତି । ଘଟଣା ସମୟରେ ପୁଲିସ ତାକୁ ପ୍ରାୟ ୪ଦିନ ପାଖରେ ରଖି ଜେରା କରିବା ସହ ଭୂବନେଶ୍ୱରରେ ଲାଇ ଡିକ୍ଟେସନ୍ କରିଥିଲା ଏବଂ ତାଙ୍କ ବାପା ମା’ଙ୍କୁ ସୁନାବେଡାରେ ରଖି ଜେରା କରିଥିଲା, ପୁନର୍ବାର ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରି ଆମକୁ ହଇରାଣ କରାଯାଉଛି ବୋଲି ପପୁନ କହିଛନ୍ତି । ୨୦୧୭ ଅକ୍ଟୋବର ୧୦ ତାରିଖ ଦିନ ସେମିଲିଗୁଡା ବ୍ଲକ୍ ସୋରିଷପଦର ପଂଚାୟତ ମୂଷାଗୁଡା ଗ୍ରାମର ସସ୍ମିତା ଛାତି କୁନ୍ଦୁଲି ହାଟରୁ ଗାଁକୁ ଫେରୁଥିବାବେଳେ ୪ ଜଣ ପୁଲିସ ପୋଷାକଧାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ଚାଲୁଥିବାବେଳେ ୨୦୧୮ ଜାନୁଆରୀ ୨୨ ତାରିଖ ଦିନ ପୀଡିତା ନିଜ ଘରେ ଆତ୍ମହତ୍ୟା କରିଥିଲେ । ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶ ପ୍ରକାରେ ଏସଆଇଟି ତଦନ୍ତ କରୁଥିବାବେଳେ ଗତ ୨ ତାରିଖରେ ପୀଡିତାର ମା’ ଡମାଇ ଛାତି , ଭାଇ ଭଗବାନ ଛାତିଙ୍କୁ ଘଟଣା ସମ୍ପର୍କରେ ଏସଆଇଟି ଜେରା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking