34.1 C
Bhubaneswar
Friday, March 29, 2024
Homeକରୋନାବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

ମୁମ୍ବାଇ:ବଲିଉଡ୍ କଶ୍ଠଶିଳ୍ପୀ କୁମାର ସାନୁ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ହେବା ପରେ ସେ ନିଜର ସମସ୍ତ ପୋଗ୍ରାମ ବାତିଲ କରିଛନ୍ତି । ଫେସ୍‌ବୁକ୍‌ରେ କୁମାର ସାନୁଙ୍କ ସୋସିଆଲ୍‌ ମିଡିଆ ଟିମ୍‌ ଏ ସଂପର୍କରେ ଖବର ଦେଇଛି। କୁମାର ସାନୁଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଲେଖାଯାଇଛି, ‘ଦୁର୍ଭାଗ୍ୟବଶତଃ ସାନୁଦା’ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ଦୟାକରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ।’
ତାଙ୍କ ପତ୍ନୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ କରୋନା ଆକ୍ରାନ୍ତ ହୋଇଥିବା କାରଣରୁ କୁମାର ସାନୁ ସେମାନଙ୍କୁ ନଭେମ୍ବର ୮ ତାରିଖ ପରେ ଦେଖା କରିପାରନ୍ତି। ତାଙ୍କ ପତ୍ନୀ ଜଣାଇଛନ୍ତି ଯେ କୁମାର ଭଲ ଅନୁଭବ କଲେ ଆମେରିକା ଆସିବେ ନ ହେଲେ ସେମା‌ନେ ସମେସ୍ତ ତାଙ୍କୁ ଭେଟିବା ପାଇଁ ମୁମ୍ବାଇରେ ପହଞ୍ଚିବେ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking