30.1 C
Bhubaneswar
Wednesday, April 24, 2024
Homeଓଡିଶାଉପାନ୍ତ କୁଜେନ୍ଦ୍ରୀ ରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ; ୫ ମାସ ହେଲାଣି ନାହାଁନ୍ତି ଡାକ୍ତର,...

ଉପାନ୍ତ କୁଜେନ୍ଦ୍ରୀ ରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ; ୫ ମାସ ହେଲାଣି ନାହାଁନ୍ତି ଡାକ୍ତର, ଭୁତକୋଠି ପାଲଟିଛି ଆୟୁର୍ବେଦିକ ଚିକିତ୍ସାଳୟ

ରାୟଗଡା: ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସେବା । ଜରୁରୀକାଳୀନ ସମୟରେ ଉପଯୁକ୍ତ ସେବା ନ ପାଇ ଅନେକ ଜୀବନ ଦୀପ ଲିଭିଯାଉଥିବା ଅଭିଯୋଗ ହୋଇଛି । ଏ ହେଉଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଗ୍ରାମରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ । ଏଠାକାର ପ୍ରାୟ ପାଞ୍ଚଟି ପଞ୍ଚାୟତ ର ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ୧୯୫୮ ରେ ସ୍ଥାପିତ ହୋଇଥିଲା ଏହି ଚିକିତ୍ସାଳୟ । ଟିକିଏ ଭଲ ଭାବରେ ନଜର ପକାନ୍ତୁ ଏହି ଡାକ୍ତରଖାନା ଉପରେ । ଲତା ବୁଦା ମାଡ଼ି ଯାଇ ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ରହିଛି ମେଡ଼ିକାଲ କୋଠା । ପୁଣି ଥରେ ନଜର ପକାନ୍ତୁ ଏଠାରେ ଚିକିତ୍ସାଳୟର ବିଜ୍ଞାପନ କମ, ବେସରକାରୀ ବିଜ୍ଞାପନ ରେ ଛାଇ ଯାଇଚି କାନ୍ଥବାଡ଼ । ଯେ କେହି ଏହାକୁ ଏକ ଚିକିତ୍ସାଳୟ ବୋଲି ଜାଣିବା ମୁସ୍କିଲ ହୋଇପଡ଼ିଛି ।
ଗତ ଏପ୍ରିଲ ମାସରୁ ଏଠାରେ ଡାକ୍ତର ନାହାଁନ୍ତି । ଯେଉଁ ଜଣେ ମାତ୍ର ଡାକ୍ତର ଥିଲେ ତାଙ୍କୁ ସରକାରୀ ନିର୍ଦେଶ ରେ କୋଭିଡ ପରିଚାଳନା ଦାୟିତ୍ବ ରେ ପଠାଇ ଦିଆଯାଇଛି । ଫଳରେ ୫ ମାସ ହେଲାଣି ଚିକିତ୍ସାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଏବେ ଭଗବାନ ଭରସାରେ କୁଜେନ୍ଦ୍ରୀ, ଗୁଲୁମୁଣ୍ଡା, ନିଲମଗୁଡା, ପେନକମ୍ ପଞ୍ଚାୟତ ବାସୀ । କେତେବେଳେ କିଛି ଭଲମନ୍ଦ ହେଲେ ପ୍ରାଥମିକ ଚିକିତ୍ସା ସୁବିଧା ରୁ ଏବେ ବଞ୍ଚିତ ଏଠାକାର ବାସିନ୍ଦା ।
ସରକାର ସ୍ୱାସ୍ଥ୍ୟ ସେବା ନା ରେ ଡିଣ୍ଡିମ ପିଟୁଥିବା ବେଳେ ଗ୍ରାଉଣ୍ଡ ଜିରୋ ରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ମୋ ସରକାର, ୫T କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । ଏହି ସମସ୍ୟା ସମ୍ପର୍କରେ ରାୟଗଡା ଜିଲ୍ଲା ଆୟୁର୍ବେଦିକ ମେଡ଼ିକାଲ ଅଫିସର ଙ୍କୁ ଅବଗତ କରାଇବାରୁ , ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ କ୍ରମେ ଡ଼ିସ୍ପେସନେରୀ ର ଡାକ୍ତର ଙ୍କୁ କୋଭିଡ ପରିଚାଳନା ଦାୟିତ୍ବ ଦିଆଯାଇଛି । ତେଣୁ ଏଠାରେ ଚାବି ପଡିଥିବା କହିଛନ୍ତି । ଆମ ହାତରେ କିଛି ନାହିଁ ଯାହା ନିର୍ଦେଶ ତାକୁ ପାଳନ କରିବାକୁ ଆମେ ବାଧ୍ୟ ବୋଲି ପ୍ରତିକ୍ରିୟା ରେ କହିଛନ୍ତି । ତେବେ ସରକାର କିଭଳି ଜଣେ ମାତ୍ର ଡାକ୍ତର ଥିବା ସ୍ଥାନରୁ କୋଭିଡ ମୁକାବିଲା ପାଇଁ ପଠାଇ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ କଥା କୁ ଭୁଲିଯାଇଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking